କ୍ରୀଡା

ଆଜି KKR କୁ ଭେଟିବ ହାଇଦ୍ରାବାଦ

ଚଳିତ ଆଇପିଏଲ୍‌ରେ ଆଜି ଅପରାହ୍ଣରେ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ଥିବା ହାଇଦ୍ରାବାଦ ଆଜି ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଚେଷ୍ଠା କରିବ । ଅବଶ୍ୟ ରାତ୍ରି ମ୍ୟାଚରେ ପଞ୍ଜାବ ବିଜୟ ହାସଲ କଲେ ପୁନର୍ବାର ଶୀର୍ଷ ସ୍ଥାନ ଫେରି ପାଇବ ।

କୋଲକାତା ପ୍ରଥମ ୬ଟି ମ୍ୟାଚରୁ ୫ଟି ପରାଜୟ ଓ ଗୋଟିଏ ବାତିଲ ବଳରେ ୧ ପଏଣ୍ଟ କରିଥିଲା । ବିଳମ୍ବରେ ହେଉ ପଛେ କୋଲକାତା ଲୟକୁ ଫେରିଛି । କ୍ରମାନ୍ୱୟରେ ୨ଟି ମ୍ୟାଚରେ କୋଲକାତା ଯଥାକ୍ରମେ ରାଜସ୍ଥାନ ଓ ଲକ୍ଷ୍ନୌକୁ ପରାସ୍ତ କରିଛି । ଏହି ବିଜୟଧାରାକୁ ଆଜି ଜାରି ରଖିବାକୁ କୋଲକାତା ପ୍ରୟାସ କରିବ ।

ଉଭୟ ମ୍ୟାଚରେ ରିଙ୍କୁ ସିଂହଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଆଜି ତାଙ୍କୁ ଅଟକାଇବା ପାଇଁ ହାଇଦ୍ରାବାଦ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । କୋଲକାତାକୁ ବ୍ୟାଟିଂ ବିଭାଗରେ ସୁଧାର ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି । ବିଶେଷ କରି ଓପନିଂ ବିଭାଗର ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶ କରିଛି । ଟିମ ସାଇଫର୍ଟ ଲାଗାତର ୨ଟି ମ୍ୟାଚରେ ଖାତା ଖୋଲି ନାହାନ୍ତି ।

ଆଜି ତାଙ୍କୁ ବସାଇ ପୁଣି ଥରେ ଫିନ ଆଲେନଙ୍କୁ ଏକାଦଶରେ ସାମିଲ କରିବା ଆଶା କରାଯାଉଛି । ମଥିଶା ପତିରଣା ଫିଟ ହୋଇ ଦଳ ସହ ଅଭ୍ୟାସ ଜାରି ରଖିଥିଲେ ହେଁ ତାଙ୍କୁ ଆଜି ଖେଳାଇବା ସମ୍ଭାବନା ନାହିଁ । କୋଲକାତା ବିଜୟୀ ବୋଲିଂ ବିଭାଗରେ ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଫଳରେ ଆଜି ବିଶାଳ ସ୍କୋର ଦେଖିବାକୁ ମିଳିବ । ଦିନ ବେଳା ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ ।

Share

Leave a Reply

Your email address will not be published. Required fields are marked *

19 − fourteen =