Business

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମୋଟ ପ୍ରତ୍ୟକ୍ଷ ପ୍ରିମିୟମରେ ୧୪.୫% ବୃଦ୍ଧି

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୫-୨୬ ଆର୍ôଥକ ବର୍ଷରେ ଉଲ୍ଲେଖନୀୟ ଆର୍ôଥକ ପ୍ରଦର୍ଶନ କରିଛି। କମ୍ପାନି ଏହି ବର୍ଷ ୧୫,୯୦୪ କୋଟି ଟଙ୍କାର ମୋଟ ପ୍ରତ୍ୟକ୍ଷ ପ୍ରିମିୟମ (ଜିଡିପି) ହାସଲ କରିଛି ଯାହା ବାର୍ଷିକ ଭିତିରେ ୧୪.୫ ପ୍ରତିଶତ ଅଧିକ। ଏଥି ସହିତ କମ୍ପାନି ଏହାର ଯାତ୍ରା ଆରମ୍ଭ କରିବା ପରଠାରୁ ପ୍ରଥମ ଥର ପାଇଁ ୧୫ ହଜାର କୋଟି ଟଙ୍କାର ମାଇଲଖୁଂଟ ହାସଲ କରିଛି।
ଏକ ଚମତ୍କାର ପରିଚାଳନା ପରିବେଶରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଲାଭ ଓ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରୁଛି। ଶିଳ୍ପ ତୁଳନାରେ ୧.୬ ଗୁଣା ଅଧିକ ବେଗାରେ କମ୍ପାନି ଆଗକୁ ବଢ଼ି ଏହାର ବଜାର ସ୍ଥିତି ମଜଭୁତ କରିଛି। କମ୍ପାନିର ଘରୋଇ ଓ ସାହି ବଜାର ଅଂଶ ୨୭ ପଏଂଟ ପ୍ରତିଶତ ବୃଦ୍ଧି ପାଇ ୨୦୨୫-୨୬ରେ ୭.୧୭ ପ୍ରତିଶତ ହୋଇଛି ଯାହା ୨୦୨୪-୨୫ରେ ୬.୯୦ ପ୍ରତିଶତ ରହିଥିଲା। ଆଲୋଚ୍ୟ ଆର୍ôଥକ ବର୍ଷରେ ସ୍ୱାସ୍ଥ୍ୟରେ ୨୭ ପ୍ରତିଶତ, ମୋଟରରେ ୧୬ ପ୍ରତିଶତ, ବ୍ୟକ୍ତିଗତ ଦୁର୍ଘଟଣାରେ ୪୦ ପ୍ରତିଶତ ଓ ଅଗ୍ନି କ୍ଷେତ୍ରରେ ୧୦ ପ୍ରତିଶତର ବୃଦ୍ଧି ଘଟିଥିଲା। ବ୍ୟକ୍ତିଗତ ଦୁର୍ଘଟଣା କ୍ଷେତ୍ରରେ ଘରୋଇ ଓ ସାହି ବୀମା କମ୍ପାନିଗୁଡ଼ିକ ମଧ୍ୟରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଏକ ନମ୍ବର ସ୍ଥାନରେ ରହିଛି।
୨୦୨୫-୨୬ରେ କମ୍ପାନିର କ୍ଷତି ଅନୁପାତ ୭୮.୩ ପ୍ରତିଶତକୁ ଉନ୍ନିତ ହୋଇଛି ଯାହା ୨୦୨୪-୨୫ରେ ୮୨.୪ ପ୍ରତିଶତ ଥିଲା। ଟିକସ ପରବର୍ତୀ ଲାଭ ୫୫୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ୨୦୨୪-୨୫ରେ ୫୦୯ କୋଟି ଟଙ୍କା ଥିଲା। କମ୍ପାନିର ସୋଲଭେନ୍ସି ରେସିଓ ୧.୯୦ ଗୁଣା ରହିଛି ଯାହା ନିୟାମକ ଆବଶ୍ୟକତାଠାରୁ ଅଧିକ।
କମ୍ପାନିର ପ୍ରଦର୍ଶନ ସମ୍ପର୍କରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମଡି ଓ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “୨୦୨୫-୨୬ରେ ଆମର ପ୍ରଦର୍ଶନ ବଜାରଠାରୁ ନିରନ୍ତର ଭାବେ ଦ୍ରୁତ ଗତିର ଅଭିବୃଦ୍ଧି ହାସଲ କରିବା ସହ ଆମର ମୂଳ ବ୍ୟବସାୟ ଓ ଦାୟିତ୍ୱବାନ ଭାବେ ଲାଭରେ ବୃଦ୍ଧିକୁ ସୁଦୃଢ଼ କରିବା ଉପରେ ଆମର ନିରନ୍ତର ଗୁରୁତ୍ୱକୁ ଦର୍ଶାଉଛି। ଏସବିଆଇ ଜେନେରାଲ ଇନସ୍ୟୁରାନ୍ସରେ ଆମେବୀମା ସମାଧାନକୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ଓ ବିଭିନ୍ନ କ୍ଷେତ୍ର ଓ ଭୌଗୋଳିକ ଅଂଚଳର ଗ୍ରାହକଙ୍କ ପାଇଁ ବୀମା ପହଂଚାଇବାକୁ ସହଜ ଓ ସୁରକ୍ଷାକୁ ଅଧିକ ଅନ୍ତର୍ଭୁକ୍ତୀକରଣ କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ। ଆମେ ଆଗକୁ ବଢ଼ୁଥିବା ବେଳେ ଉପସ୍ଥିତି ବଢ଼ାଇବା, ବୀମା ସାନ୍ଦ୍ରତାରେ ଉନ୍ନତି ଆଣିବା ଓ ଏକ ଭବିଷ୍ୟତଧର୍ମୀ ସଂଗଠନ ଗଠନ କରିବାକୁ ପ୍ରତିବଦ୍ଧ ରହିଛୁ।”
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ସିଏଫଓ ଶ୍ରୀ ଜିତେନ୍ଦ୍ର ଆତ୍ରା କହିଛନ୍ତି ଯେ, “ଆମର ଆର୍ôଥକ ପ୍ରଦର୍ଶନ ଦୃଢ଼ ଅଣ୍ଡରରାଇଟିଂ ଶୃଙ୍ଖଳା ଓ ପରିଚାଳନା ଦକ୍ଷତା ଉପରେ ନିରନ୍ତର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। କ୍ଷତି ଅନୁପାତରେ ଉନ୍ନତି ଆମ ରିସ୍କ ଚୟନ ଓ ଦାବି ପରିଚାଳନା ଅଭ୍ୟାସର ପାରଦର୍ଶିତାକୁ ଦର୍ଶାଉଛି। ପୁଞ୍ଜି ଦକ୍ଷତା, ଦୃଢ଼ ରିସ୍କ ପରିଚାଳନା ଏବଂ ଏକ ଚମତ୍କାର ପରିଚାଳନା ପରିବେଶରେ ନିରନ୍ତର ଆର୍ôଥକ ପ୍ରଦର୍ଶନ ଜାରି ରଖିବା ଉପରେ ଆମର ଧ୍ୟାନ ରହିବ।”

Share

Leave a Reply

Your email address will not be published. Required fields are marked *

one × three =