ରାଜନୀତି

ଭଦ୍ରକରେ ବିଜେଡିକୁ ଲାଗିବ ଶକ୍ତ ଝଟକା

ଭଦ୍ରକରେ ଭଶୁଡୁଛି ବିଜେଡି ଗଡ଼। ଆଜି ଇସ୍ତଫା ଦେବେ ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ ଦେବେ ଇସ୍ତଫା।

ସେହିପରି ସୁମୁଳିଆ ବିଧାୟିକା ପ୍ରାର୍ଥିନୀ ସୁବାସିନୀ ସାହୁ ମଧ୍ୟ ଦଳ ଛାଡ଼ିବେ। ଏହା ଛଡା ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଗତ ଏପ୍ରିଲ ୬ ତାରିଖରେ ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳଙ୍କୁ ନିଲମ୍ବନ କରିଥିଲା ବିଜେଡି।

Share

Leave a Reply

Your email address will not be published. Required fields are marked *

seven + 3 =