ରାଜ୍ୟ

କେଦାନାଥ ମନ୍ଦିରକୁ ମୋବାଇଲ ମନା

ଉତ୍ତରାଖଣ୍ଡ ସ୍ଥିତ ବାବା କେଦାରନାଥଙ୍କ କପାଟ ଆସନ୍ତାକାଲି ଖୋଲିବ । ଏହାପୂର୍ବରୁ ମନ୍ଦିର ପରିସରରେ ମୋବାଇଲ ବ୍ୟାନ୍ କରିଛି ମନ୍ଦିର କମିଟି । ମୋବାଇଲ ଫୋନ ନେଇ କେଦାରନାଥ ଯାଉଥିବା ଲୋକ ଏବେ କୌଣସି ପ୍ରକାରର ଫଟୋ ଉଠାଇପାରିବେ ନାହିଁ କି ରିଲ୍ କରିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏଭଳି କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଏହି ନିଷ୍ପତ୍ତି କେଦାରନାଥ କପାଟ ଖୋଲିବାର ଗୋଟିଏ ଦିନ ପୂର୍ବରୁ ନିଆଯାଇଛି । କେଦାରନାଥ ଧାମ କପାଟ ୨୨ ଏପ୍ରିଲ ସକାଳ ୮ଟାରେ ଖୋଲିବ । ଏହାପୂର୍ବରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ଗୌରୀକୁଣ୍ଡରୁ ବାବା କେଦାରଙ୍କ ଡୋଲି ଯିବା ଆରମ୍ଭ ହୋଇଛି । କେଦାରନାଥ କପାଟ ଖୋଲିବା ବେଳକୁ ଶ୍ରଦ୍ଧାଳୁ ପହଞ୍ଚି ସାରିଥିବେ । ୨୨ ଏପ୍ରିଲରୁ ୧୧ ନଭେମ୍ବର ଯାଏଁ କେଦାରନାଥ କପାଟ ଖୋଲା ରହିବ ।

ମନ୍ଦିର ପ୍ରବନ୍ଧନ ସମିତି ସଦସ୍ୟ ବିନୀତ ପୋସ୍ତି କହିଛନ୍ତି, କେଦାରନାଥ ମନ୍ଦିର ପରିସର ଭିତରେ ଏବେ ମୋବାଇଲ ଫୋନ ବ୍ୟବହାର କରିବା ପାଇଁ ବାରଣ କରାଯାଇଛି । ଏହି ନିଷ୍ପତ୍ତି ଧାମର ପବିତ୍ରତା ଏବଂ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଧ୍ୟାନରେ ରଖି କରାଯାଇଛି । ମନ୍ଦିର ପରିସରରେ ମୋବାଇଲ ଫୋନ ନେବା, ଫଟୋ ଉଠାଇବା କିମ୍ବା ଭିଡିଓ କରିବା, ରିଲ୍ସ କରିବା ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଯଦି କୌଣସି ଶ୍ରଦ୍ଧାଳୁ ଏଭଳି କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀରେ ମଧ୍ୟ ମନ୍ଦିର ସମିତି ଏହି ନିଷ୍ପତ୍ତି ନେଇଥିଲା । ମନ୍ଦିରକୁ ମୋବାଇଲ ଫୋନ ନେଇ ଯିବାକୁ ଅନୁମତି ମିଳିବ ନାହିଁ । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ତରଫରୁ ଶ୍ରଦ୍ଧାଳୁଙ୍କ ମୋବାଇଲ ରଖିବାର ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × 1 =