ତନିସ୍କ ପକ୍ଷରୁ ନୂଆ ସଂଗ୍ରହ ‘ହ୍ୟୁଜ’ର ଶୁଭାରମ୍ଭ ସହିତ ଆଧୁନିକ ଭାରତୀୟ ମହିଳାଙ୍କ ପାଇଁ ପ୍ରାକୃତିକ ଜେମଷ୍ଟୋନ୍ ଗହଣାର ପୁନର୍ବିନ୍ୟାସ
– ଆଧୁନିକ ଭାରତୀୟ ନାରୀଙ୍କ ପାଇଁ ଶତପ୍ରତିଶତ ପ୍ରାକୃତିକ ରଙ୍ଗୀନ ରତ୍ନପଥରରେ ନିର୍ମିତ, ରଙ୍ଗର ଏକ ଅଭିନବ କଳାତ୍ମକ ଅଭିବ୍ୟକ୍ତି।
ଭୁବନେଶ୍ୱର: ଅକ୍ଷୟ ତୃତୀୟ ପାଖେଇ ଆସୁଥିବା ବେଳେ ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ଭାରତର ଗ୍ରାହକମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରାକୃତିକ ଜେମଷ୍ଟୋନ (ରତ୍ନପଥର) ଗହଣାର ଏକ ନୂତନ ସଂଗ୍ରହକୁ ଉପସ୍ଥାପନ କରାଯାଇଛି। ଏହି ବର୍ଗରେ କମ୍ପାନି ‘ହ୍ୟୁଜ୍’ ନାମରେ ନୂତନ ସଂଗ୍ରହକୁ ଉନ୍ମୋଚନ କରିଛି। ଅସଲି ଓ ଡିଜାଇନ ଆଧାରିତ ସୌନ୍ଦର୍ଯ୍ୟ ପାଇଁ ପରିଚିତ ଏହି କ୍ଷେତ୍ରରେ ତନିସ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ୧୦୦% ପ୍ରାକୃତିକ ରତ୍ନପଥର ଚୟନ କରି ଏହାକୁ ପ୍ରସ୍ତୁତ କରିଛି। ଆଧୁନିକ ମହିଳାମାନଙ୍କ ମଧ୍ୟରେ ଏଭଳି ଅଳଙ୍କାର ପ୍ରତି ଆଗ୍ରହ ବଢ଼ୁଛି ଯାହା ସ୍ୱତନ୍ତ୍ରତା, ବ୍ୟକ୍ତିତ୍ୱ ଓ ଯୁବ ସୁଲଭତା ପ୍ରଦାନ କରୁଛି। ତନିସ୍କ ସେହି ପରିବର୍ତ୍ତନକୁ ନଜରରେ ରଖି ପ୍ରାକୃତିକ ରତ୍ନପଥରକୁ ନେଇ ଉଭୟ ନିତିଦିନିଆ ପରିଧାନ ଓ ସ୍ୱତନ୍ତ୍ର ଅବସର ପାଇଁ ଗହଣାଗୁଡ଼ିକୁ ପ୍ରସ୍ତୁତ କରିଛି।
ଭାରତୀୟ ଗ୍ରୀଷ୍ମ ଋତୁରୁ ପ୍ରେରଣା ନେଇ ‘ହ୍ୟୁଜ୍’ ସଂଗ୍ରହର ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେଥିରେ ବିଭିନ୍ନ ଉପାଦାନଗୁଡ଼ିକୁ ସ୍ଥାପତ୍ୟ ଓ ପାରମ୍ପରିକ ଭାବ ସହ ପ୍ରସ୍ତୁତ କରାଯାଇଛି। ପ୍ରତିଟି ଡିଜାଇନର କେନ୍ଦ୍ର ସ୍ଥଳରେ ରହିଛି ରତ୍ନପଥର ଓ ତା ସହିତ ବିଭିନ୍ନ ଢ଼ାଂଚା ଓ ସିଲ୍ହୋଟ୍ ରହିଛି ଓ ତାହାକୁ ଯତ୍ନର ସହ ପ୍ରାକୃତିକ ଉଜ୍ଜ୍ୱଳତା ଏବଂ ଗଭୀରତାରେ ଉନ୍ନତି ଆଣିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଏହି ସଂଗ୍ରହରେ କ୍ଲାସିକ୍ ଓ ତାବିଜ କଟ୍, କାବୋକନ ଫିନିସ୍ ଷ୍ଟୋନ୍ ବ୍ୟବହାର କରାଯାଇଛି ଯାହା ସ୍ୱତନ୍ତ୍ର ଚରିତ୍ର ଓ ଚମତ୍କାରିତା ପ୍ରଦାନ କରୁଛି। କାବୋକନ କଟ ଷ୍ଟୋନଗୁଡ଼ିକର ବ୍ୟବହାର ଏକ ସ୍ଥାପତ୍ୟ ତଥା ଉଜ୍ଜ୍ୱଳ ଗୁଣାତ୍ମକ ମାନ ପ୍ରଦାନ କରୁଥିବା ବେଳେ ସେଥିରେ ରଙ୍ଗର ବିଭିନ୍ନ ସ୍ତର ରହିଛି। ଏଥି ସହିତ ବିଭିନ୍ନ ପ୍ରକାର ରୂପରେଖ ଓ ଚଳନ ବ୍ୟବହାର କରାଯାଇଥିବାରୁ ଗହଣାଗୁଡ଼ିକ ଚମତ୍କାର, ପରିପ୍ରକାଶଯୋଗ୍ୟ ଓ ସ୍ୱତନ୍ତ୍ର ଭାବେ ଆଧୁନିକ ଅନୁଭବ ପ୍ରଦାନ କରୁଛି।
୧୮ କ୍ୟାରେଟ୍ ସୁନାରେ ପ୍ରସ୍ତୁତ ‘ହ୍ୟୁଜ’ ସଂଗ୍ରହର ଗହଣାଗୁଡ଼ିକ ଏହି ଅକ୍ଷୟ ତୃତୀୟ ସୁନାର ଅନୁଭୂତିକୁ ପରିବର୍ତ୍ତନ କରିବ ଯାହା ପାରମ୍ପରିକ, ନିବେଶ ଆଧାରିତ କ୍ରୟଠାରୁ ଆଗକୁ ବଢ଼ି ଏମିତି ଗହଣା ପ୍ରଦାନ କରିବ ଯାହା ପରିପ୍ରକାଶଯୋଗ୍ୟ ଓ ପରିଧାନଯୋଗ୍ୟ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରାକୃତିକ ରଙ୍ଗର ରତ୍ନପଥର ଯଥା ପାନ୍ନା, ଏମିଥିଷ୍ଟ, ସିଟ୍ରିନ, ଟୁର୍ମାଲିନ ଓ ତାଞ୍ଜାନାଇଟକୁ ଯତ୍ନର ସହ ସଂଗ୍ରହ କରାଯାଇ ଏକ ସଂଗ୍ରହରେ ଏକତ୍ରୀତ କରାଯାଇଛି। ପ୍ରତ୍ୟେକ ପଥର ଉତ୍ସ ଦୃଷ୍ଟିରୁ ୧୦୦ ପ୍ରତିଶତ ପ୍ରାକୃତିକ ଏବଂ ତାହାର ରଙ୍ଗ, ସ୍ୱଚ୍ଛତା ଓ ସ୍ୱାଭାବିକତା ବୈଶିଷ୍ଟ୍ୟ ଦୃଷ୍ଟିରୁ କଠୋର ମାନଦଣ୍ଡ ଆଧାରରେ ଚୟନ କରାଯାଇଛି। ସ୍ୱଚ୍ଛ ମୂଲ୍ୟ ନିର୍ଧାରଣ, ଆଜୀବନ ରକ୍ଷଣାବେକ୍ଷଣ ଓ ୧୦୦% ବିନିମୟ ମୂଲ୍ୟ ଦ୍ୱାରା ସମର୍ଥିତ ଏହି ସଂଗ୍ରହର ପ୍ରତ୍ୟେକ ଅଂଶ କେବଳ ସୌନ୍ଦର୍ଯ୍ୟ ନୁହେଁ, ବରଂ ସ୍ଥାୟୀ ମୂଲ୍ୟ ଓ ପ୍ରାମାଣିକତାକୁ ପ୍ରତିଫଳିତ କରୁଛି ଯାହା ଭାରତରେ ପ୍ରାକୃତିକ ରତ୍ନ ଅଳଙ୍କାର ବର୍ଗରେ ଅଧିକ ବିଶ୍ୱାସ ଓ ବିଶ୍ୱସନୀୟତା ଆଣିଛି।
ଏହି ଅଭିଯାନର କେନ୍ଦ୍ରବିନ୍ଦୁରେ ଅଛନ୍ତି ତୃପ୍ତି ଡିମ୍ରି ଯିଏ ‘ହ୍ୟୁଜ୍’ର ଆତ୍ମାକୁ ଜୀବନ୍ତ କରିଛନ୍ତି। ଏହି ଅଭିଯାନ ରଙ୍ଗକୁ ଆତ୍ମ ପ୍ରକାଶର ଏକ ଶକ୍ତିଶାଳୀ ମାଧ୍ୟମ ଭାବ ଉପସ୍ଥାପନ କରିଛି ଯାହା ଦର୍ଶାଉଛି କି କିପରି ଅଳଙ୍କାର ଜଣେ ମହିଳାର ମନୋଭାବ, ବ୍ୟକ୍ତିତ୍ୱ ଏବଂ ବିକଶିତ ବ୍ୟକ୍ତିଗତ ଶୈଳୀର ଏକ ବିସ୍ତାର ହୋଇଥାଏ। ଅଭିଯାନର ଚେହେରା ଭାବରେ ପରିଚିତ ତୃପ୍ତି ‘ହ୍ୟୁଜ୍’ର ଭାବଧାରାକୁ ସାକାର କରିବା ସହ ଅକ୍ଳେଶରେ ମାର୍ଜିତ ଓ ସତେଜ ଆଧୁନିକ କରିଛନ୍ତି ଯେଉଁଠାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଚିରନ୍ତନ ଶୋଭାର ମିଳନ ହୋଇଛି। ଚିତାକର୍ଷକ ଦୃଶ୍ୟ ମାଧ୍ୟମରେ ଜୀବନ୍ତ ହୋଇଥିବା ଏହି ଅଭିଯାନ ରଙ୍ଗ, ରୂପ ଓ ଆବେଗର ଏକ ନିରବଚ୍ଛିନ୍ନ ସମନ୍ୱୟକୁ ଧରି ରଖିଛି, ଯାହା ‘ହ୍ୟୁଜ୍’କୁ ବିକଶିତ ଭାରତୀୟ ମହିଳାରଙ୍କ ଏକ ପ୍ରତିଫଳନ ଭାବରେ ଉପସ୍ଥାପନ କରିଛି ଯେଉଁମାନେ ମୂଳ ସହ ଜଡ଼ିତ, ଦୀପ୍ତିମାନ ଓ ନିର୍ଭୟରେ ଅଭିବ୍ୟକ୍ତି ପ୍ରକାଶ କରିଥାନ୍ତି।
ଏହି ଶୁଭାରମ୍ଭ ବିଷୟରେ ଟାଇଟନ୍ କମ୍ପାନି ଲିମିଟେଡର ମୁଖ୍ୟ ମାର୍କେଟିଂ ଅଫିସର ସୁଶ୍ରୀ ପେଲ୍କି ସେରିଙ୍ଗ୍ କହିଛନ୍ତି ଯେ, “ଆଧୁନିକ ଭାରତୀୟ ନାରୀ କିପରି ପ୍ରାକୃତିକ ରତ୍ନପଥରକୁ ଅନୁଭବ କରନ୍ତି, ତାହାକୁ ଏକ ନୂଆ ରୂପ ଦେବା ପାଇଁ ଆମେ ବହୁତ ଉତ୍ସାହିତ। ଆଜିକାଲି ଯେତେବେଳେ ଅଳଙ୍କାର ନିଜ ବ୍ୟକ୍ତିତ୍ୱ ପ୍ରକାଶ କରିବାର ଏକ ମାଧ୍ୟମ ପାଲଟିଛି, ସେତେବେଳେ ରତ୍ନପଥରଗୁଡ଼ିକର ଜୀବନ୍ତ ରଙ୍ଗ ଏବଂ ସ୍ୱତନ୍ତ୍ର ଗୁଣ ସେମାନଙ୍କୁ ନିଜ ସଂଗ୍ରହ ବଢ଼ାଇବା ପାଇଁ ପ୍ରେରଣା ଦେଉଛି। ଏଥ୍ନୋ-କଣ୍ଟେମ୍ପରାରୀ ବା ପାରମ୍ପରିକ ଓ ଆଧୁନିକତାର ସମନ୍ୱୟରେ ନିର୍ମିତ ଆମର ଏହି ପ୍ରଥମ ସଂଗ୍ରହ ଭାରତୀୟ ଗ୍ରୀଷ୍ମ ଋତୁର ସତେଜତା ଓ ରଙ୍ଗକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଏହା ବୋଲ୍ଡ ଏବଂ ଅତ୍ୟନ୍ତ ମାର୍ଜିତ ରୂପରେ ରଙ୍ଗଗୁଡ଼ିକୁ ଜୀବନ୍ତ କରିଥାଏ – ଯାହା ଆଜିର ମହିଳାମାନଙ୍କ ଅଳଙ୍କାର ପିନ୍ଧିବାର ଶୈଳୀକୁ ପ୍ରତିଫଳିତ କରେ। ତୃପ୍ତି ନିଜର ସହଜ ଆଧୁନିକତା ମାଧ୍ୟମରେ ଏହି ଭାବଧାରାକୁ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ କରୁଛନ୍ତି।’’
ତନିସ୍କର ଡିଜାଇନ୍ ମୁଖ୍ୟ ଗରିମା ମାହେଶ୍ୱରୀ କହିଛନ୍ତି ଯେ, “ହ୍ୟୁଜ୍’ ସହିତ ଆମେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ପ୍ରାକୃତିକ ରତ୍ନ ଅଳଙ୍କାରର ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ଡିଜାଇନ୍ ଭିତ୍ତିକ ଅନୁସନ୍ଧାନ ମଧ୍ୟରୁ ଗୋଟିଏ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ। ଏହି ସଂଗ୍ରହ ଭାରତୀୟ ଗ୍ରୀଷ୍ମର ସମୃଦ୍ଧତା, ଏହାର ସବୁଜ ପରିବେଶ ଓ ସ୍ପଷ୍ଟ ରଙ୍ଗଗୁଡ଼ିକରୁ ପ୍ରେରଣା ନେଇଛି ଏବଂ ଏଗୁଡ଼ିକୁ ସ୍ଥାପତ୍ୟ ସିଲହୋଟ ଓ ପ୍ରବାହମାନ ରଚନା ମାଧ୍ୟମରେ ଅଳଙ୍କାରରେ ରୂପାନ୍ତରିତ କରିଛି। ଏହାର କେନ୍ଦ୍ରବିନ୍ଦୁରେ ଏକ ଡିଜାଇନ୍ ଭିତ୍ତିକ ବର୍ଗ ଭାବରେ ପ୍ରାକୃତିକ ରତ୍ନ ପଥର ଉପରେ ଆମର ଧ୍ୟାନ ରହିଛି ଯେଉଁଠାରେ ପଥରଟି କେବଳ ଏକ ସାଜସଜ୍ଜା ନୁହେଁ, ବରଂ ଡିଜାଇନର ଆରମ୍ଭ ବିନ୍ଦୁ ଅଟେ। ଏଥିପାଇଁ ରତ୍ନ ପଥର କାଲିବ୍ରେସନ୍ ଓ କଷ୍ଟମ୍-କଟ୍ ବିକାଶର ଏକ ଗଭୀର ପ୍ରକ୍ରିୟା ଆବଶ୍ୟକ ହୋଇଥିଲା, ଯାହା ପ୍ରତ୍ୟେକ ଅଂଶରେ ରଙ୍ଗ, ଅନୁପାତ ଓ ସମନ୍ୱୟର ସଠିକତା ନିଶ୍ଚିତ କରିଛି। ଏହାର ପରିଣାମ ହେଉଛି ଏକ ସଂଗ୍ରହ ଯାହା ଅଭିବ୍ୟକ୍ତିଶୀଳ, ସମସାମୟିକ ଏବଂ ଆଧୁନିକ ଭାରତୀୟ ଡିଜାଇନ୍ ଉପରେ ଏକ ଦୃଢ ଦୃଷ୍ଟିକୋଣ ସହିତ ନିର୍ମିତ।’
ଏହି ସହଭାଗିତା ବିଷୟରେ କହିବାକୁ ଯାଇ ତୃପ୍ତି ଡିମ୍ରି କହିଛନ୍ତି, ‘ତନିଷ୍କର ଏହି ନୂତନ ସଂଗ୍ରହ ଏବଂ ଏହାର କ୍ୟାମ୍ପେନ୍ର ସବୁଠାରୁ ଭଲ ଦିଗ ହେଉଛି, ଏହା କିପରି ବିଭିନ୍ନ ରଙ୍ଗ ମାଧ୍ୟମରେ ନିଜକୁ ପ୍ରକାଶ କରିବାର ଭାବନାକୁ ଅତି ସହଜରେ ଉପସ୍ଥାପିତ କରୁଛି। ନିଜର ମନର ଭାବ ଅନୁସାରେ କୌଣସି ଜିନିଷକୁ ବାଛିବାର ସେହି ସ୍ୱାଭାବିକ ଅନୁଭୂତିକୁ ଏହି ଫିଲ୍ମଟି ସୁନ୍ଦର ଭାବେ ଦର୍ଶାଉଛି ଏବଂ ସେହି ଗୋଟିଏ ପସନ୍ଦ କିପରି ଆପଣଙ୍କ ଚାରିପାଖର ପରିବେଶକୁ ବଦଳାଇ ଦେଇପାରେ, ତାହା ମଧ୍ୟ ଏଥିରେ ଦେଖିବାକୁ ମିଳୁଛି। ‘ହ୍ୟୁଜ୍ ବାଏ ତନିଷ୍କ’ କୌଣସି ବିଶେଷ ଉତ୍ସବ ଅପେକ୍ଷା, ସେହି ମୁହୂର୍ତ୍ତରେ ଆପଣ ପ୍ରକୃତରେ କିଏ, ତାହାକୁ ଏକ ସହଜ ଏବଂ ବ୍ୟକ୍ତିଗତ ଶୈଳୀରେ ପ୍ରକାଶ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛି।’
୩୦,୦୦୦ ଟଙ୍କାରୁ ଆରମ୍ଭ କରି ଏହି ସଂଗ୍ରହ ଉଭୟ ବିଶେଷ ଅବସର ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ପରିକଳ୍ପିତ ଏକ ବହୁମୁଖୀ ଚୟନ ପ୍ରଦାନ କରୁଛି। ଅକ୍ଷୟ ତୃତୀୟା ପାଳନ ପାଇଁ ତନିସ୍କ ସ୍ୱତନ୍ତ୍ର ପର୍ବ ଅଫରଗୁଡ଼ିକ ଉପସ୍ଥାପନ କରୁଛି ଯେଉଁଥିରେ ସୁନା ଅଳଙ୍କାର ଗଢ଼ା ମଜୁରି ଏବଂ ହୀରା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ସହିତ ସୁନା ଅଳଙ୍କାର କ୍ରୟ ଉପରେ ଗ୍ରାମ ପିଛା ଫ୍ଲାଟ୍ ୨୦୧ ଟଙ୍କା ରିହାତି ଅନ୍ତର୍ଭୁକ୍ତ। ଗ୍ରାହକମାନେ ‘ଫେଷ୍ଟିଭାଲ୍ ଅଫ୍ ଏକ୍ସଚେଞ୍ଜ୍’ରୁ ମଧ୍ୟ ଉପକୃତ ହୋଇପାରିବେ ଯାହା ପୁରୁଣା ସୁନାକୁ ଅର୍ଥପୂର୍ଣ୍ଣ ଓ ପିନ୍ଧିବା ଯୋଗ୍ୟ ଅଳଙ୍କାରରେ ଅପଗ୍ରେଡ୍ କରିବା ପାଇଁ ଏକ ଆଦର୍ଶ ସମୟ ଅଟେ।

