ଏନବିବିଏଲର ବ୍ୟାଙ୍କିଂ କନେକ୍ଟରେ ଯୋଡ଼ିହେଲା ଆକ୍ସିସ ବ୍ୟାଙ୍କ
ଭୁବନେଶ୍ୱର: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନପିସିଆଇ ଭାରତ ବିଲପେ ଲିମିଟେଡ (ଏନବିବିଏଲ)ର ବ୍ୟାଙ୍କିଂ କନେକ୍ଟ ପ୍ଲାଟଫର୍ମରେ ଦେଶର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ଯୋଡ଼ିହୋଇଛି। ଏହି ସମନ୍ୱୟ ଦ୍ୱାରା ଆକ୍ସିସ ବ୍ୟାଙ୍କର ୩୭ ନିୟୁତ ଗ୍ରାହକ ଉପକୃତ ହେବ। ସେମାନେ ଦ୍ରୁତ ଚେକଆଉଟ ପ୍ରକ୍ରିୟା ଏବଂ ଦେଶର ୪୮୦୦ ମର୍ଚାଂଟଙ୍କ ପାଖରେ ଉନ୍ନତ ନେଟ ବ୍ୟାଙ୍କିଂ ଅନୁଭୂତି ପାଇପାରିବେ।
ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ ଓ ଏଚଡିଏଫସି ବ୍ୟାଙ୍କ ସମେତ ଭାରତର ଆଠଟି ପ୍ରମୁଖ ବ୍ୟାଙ୍କ ବ୍ୟାଙ୍କିଂ କନେକ୍ଟରେ ଯୋଡ଼ି ହୋଇଛନ୍ତି। ଏଥିରେ ୧୧ଟି ପେମେଂଟ ଏଗ୍ରିଗେଟର ମଧ୍ୟ ସାମିଲ ହୋଇଛନ୍ତି। ଏହି ପ୍ଲାଟଫର୍ମ ସହଜରେ ଯୋଡ଼ି ହେବା, ସମନ୍ୱୟ ସମୟ ହ୍ରାସ କରିବା ଏବଂ ପେମେଂଟ ଏଗ୍ରିଗେଟରମାନଙ୍କୁ ମର୍ଚାଂଟମାନଙ୍କୁ ଶୀଘ୍ର ସକ୍ରିୟ କରିବା ସୁବିଧା ପ୍ରଦାନ କରୁଛି। ନିର୍ଦ୍ଦିଷ୍ଟ ବ୍ୟାଙ୍କ ସହ ସମନ୍ୱିତ ହେବା ପାଇଁ ମର୍ଚାଂଟମାନଙ୍କୁ ଦରକାର ପଡ଼ୁନାହିଁ। ମର୍ଚାଂଟମାନେ ମଧ୍ୟ ଉନ୍ନତ ନେଟ ବ୍ୟାଙ୍କିଂ ଅନୁଭୂତି ଓ ଉନ୍ନତ ପେମେଂଟ ଭରସା ଓ ଗ୍ରାହକ ସନ୍ତୁଷ୍ଟି ପାଉଛନ୍ତି।
ଏନବିବିଏଲର ଏମଡି ଓ ସିଇଓ ନୁପୂର ଚତୁର୍ବେଦୀ କହିଛନ୍ତି ଯେ, “ନେଟ ବ୍ୟାଙ୍କିଂ ପେମେଂଟ ବ୍ୟବସ୍ଥାରେ ବ୍ୟାଙ୍କିଂ କନେକ୍ଟ ଦ୍ରୁତ ରୂପାନ୍ତରଣ ଆଣିଛି। ଏହି ପ୍ଲାଟଫର୍ମର ଦ୍ରୁତ ଗ୍ରହଣୀୟତା ଏନବିବିଏଲର ଭିତ୍ତିଭୂମି ଉପରେ ଆମ ସହଯୋଗୀ ଓ ଗ୍ରାହକମାନେ ପ୍ରକଟ କରିଥିବା ଭରସା ଓ ବିଶ୍ୱାସକୁ ଦର୍ଶାଉଛି। ଭବିଷ୍ୟତ ପାଇଁ ପ୍ରସ୍ତୁତ ଡିଜିଟାଲ ସମାଧାନ ଗଠନ କରିବା ଉପରେ ଆମର ଗୁରୁତ୍ୱ ରହିବ ଯାହା ଗ୍ରାହକଙ୍କ ପାଇଁ ପେମେଂଟ ଅନୁଭୂତିରେ ଉନ୍ନତି ଆଣିବ ଓ ବ୍ୟବସାୟ ପାଇଁ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବ। ଏକ ବ୍ୟାପକ, ଆଧୁନିକ ଓ ଅନ୍ତର୍ଭୁକ୍ତୀକରଣ ଫ୍ରେମୱର୍କ ଜରିଆରେ ଭାରତର ଡିଜିଟାଲ ପେମେଂଟ ସ୍ୱପ୍ନ ପ୍ରତି ଆମେ ସହଯୋଗ ଜାରି ରଖିଥିବା ବେଳେ ଆକ୍ସିସ ବ୍ୟାଙ୍କର ଯୋଗଦାନ ଏକ ଉତ୍ସାହଜନକ ପଦକ୍ଷେପ।“
ଆକ୍ସିସ ବ୍ୟାଙ୍କର କାର୍ଡସ, ପେମେଂଟସ ଓ ୱେଲଥ ମ୍ୟାନେଜମେଂଟର ସଭାପତି ଓ ମୁଖ୍ୟ ଆର୍ନିକା ଦିକ୍ଷୀତ କହିଛନ୍ତି ଯେ, “ବ୍ୟାଙ୍କିଂ କନେକ୍ଟ ପ୍ଲାଟଫର୍ମ ସହିତ ଆମର ସମନ୍ୱୟ ଆମ ଗ୍ରାହକଙ୍କ ପାଇଁ ନେଟ ବ୍ୟାଙ୍କିଂ ପେମେଂଟର ସରଳୀକରଣ ଓ ସଂଗଠିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବ୍ୟାଙ୍କିଂ କନେକ୍ଟକୁ ଏକ ଏକକ ଇଂଟରଅପରେବଲ ସ୍ୱିଚ ଭାବେ ବ୍ୟବହାର କରି ଆମେ ସମନ୍ୱୟକୁ ସଂଗଠିତ କରିପାରିବା, ପରିଚାଳନା ଦକ୍ଷତାରେ ଉନ୍ନତି ଆଣିପାରିବା ଓ ଏକ ଅବିରତ ଚେକଆଉଟ ଅନୁଭୂତି ପ୍ରଦାନ କରିପାରିବା। ଡିଜିଟାଲ ପେମେଂଟରେ ଉନ୍ନତି ଜାରି ରହିଥିବା ବେଳେ ଆମେ ଆଧୁନିକ, ବ୍ୟାପକ ଭିତ୍ତିଭୂମି ଗ୍ରହଣ କରିବା ଉପରେ ଗୁରୁତ୍ୱ ଜାରି ରଖିଛୁ ଯାହା ଆକ୍ସିସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ସୁବିଧା ବଢ଼ାଇବ ଏବଂ ଭାରତର ବର୍ଦ୍ଧିତ ଡିଜିଟାଲ ପେମେଂଟ ବ୍ୟବସ୍ଥାକୁ ସୁଦୃଢ଼ କରିବ।”

