ଜାତୀୟ

କାବୁଲରେ ପାକିସ୍ତାନର ଆକ୍ରମଣକୁ ନେଇ ବର୍ଷିଲେ ରସିଦ

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି । ପୁଣି କାବୁଲର ଏକ ହସ୍ପିଟାଲକୁ ଟାର୍ଗେଟ କରାଯାଇଛି । ଯାହା ଫଳରେ ୪୦୦ ଲୋକଙ୍କ ଜୀବନ ଚାଲିଯାଇଛି। ତାଲିବାନ ସରକାର ଦାବି କରିଛି ଯେ, ଏହି ଆକ୍ରମଣ ଗୁଡ଼ିକ ପାକିସ୍ତାନ ଦ୍ୱାରା କରାଯାଇଥିଲା । ଆକ୍ରମଣ ପରେ ଆଫଗାନିସ୍ତାନ କ୍ରିକେଟର ରାଶିଦ ଖାନ ମଧ୍ୟ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି । ରାଶିଦ ଖାନ ସମଗ୍ର ଘଟଣାର ଜାତିସଂଘ ତଦନ୍ତ ଦାବି କରିଛନ୍ତି ।

ରାସିଦ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆକ୍ରମଣର ଭିଡିଓ ସେୟାର କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପାକିସ୍ତାନୀ ବିମାନ ଆକ୍ରମଣ ଯୋଗୁଁ କାବୁଲରେ ବ୍ୟାପକ ପରିମାଣରେ ସାଧାରଣ ଲୋକଙ୍କ ଜୀବନହାନି ହୋଇଛି । ଏହି ଆକ୍ରମଣ ଯୋଗୁଁ ସାଧାରଣ ଲୋକଙ୍କ ଘର, ଶିକ୍ଷାନୁଷ୍ଠାନ ଏବଂ ଚିକିତ୍ସା ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି ।

ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଜାତିସଂଘ ଏବଂ ଅନ୍ୟାନ୍ୟ ମାନବାଧିକାର ସଂଗଠନଗୁଡ଼ିକୁ ନିବେଦନ କରି କହିଛନ୍ତି ଯେ ସମ୍ପୂର୍ଣ୍ଣ ତଦନ୍ତ କରାଯିବା ଉଚିତ । ଏହି କଷ୍ଟ ସମୟରେ ମୁଁ ମୋର ଆଫଗାନ ଭାଇଭଉଣୀମାନଙ୍କ ସହିତ ଏକତାରେ ଠିଆ ହୋଇଛି । ଇନଶା’ଆଲ୍ଲାହ।”

ସେହିପରି ବୋଲର ଇବ୍ରାହିମ ଜାଦରାନ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ଆଜି ରାତିରେ କାବୁଲରେ ବିସ୍ଫୋରଣ ହୋଇଛି । କିଛି ସମୟ ପରେ ଆମେ ହସପିଟାଲରୁ ନିଆଁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ଆମେ ନ୍ୟାୟ ପାଇଁ ପ୍ରାର୍ଥନା କରୁଛି ।

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ଫେବୃଆରୀ ୨୨ରେ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ଏହି ଆକ୍ରମଣରେ ଉଭୟ ଦେଶର ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

one × three =