Business

ଏସ୍‌ଏମ୍‌ଏଫ୍‌ଜି ଇଣ୍ଡିଆ କ୍ରେଡିଟ୍ ପକ୍ଷରୁ ପଶୁ ବିକାଶ ଦିବସରେ ‘ସର୍ବୋତ୍ତମ ସେବା’ ଅଭିଯାନ; ୧.୫୫ ଲକ୍ଷରୁ ଅଧିକ ଗ୍ରାମୀଣ ଜୀବନ ପ୍ରଭାବିତ


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଏନ୍‌ବିଏଫ୍‌ସି ଏସ୍‌ଏମ୍‌ଏଫ୍‌ଜି ଇଣ୍ଡିଆ କ୍ରେଡିଟ୍ ପକ୍ଷରୁ ପ୍ରମୁଖ ପ୍ରାଣୀଧନ ଓ ଗ୍ରାମୀଣ ଜୀବିକା ଅଭିଯାନ ପଶୁ ବିକାଶ ଦିବସ (ପିଭିଡି)ର ଅଷ୍ଟମ ସଂସ୍କରଣକୁ ସଫଳତାର ସହିତ ୨୦୨୬ ଫେବ୍ରୁଆରି ୧୪ରେ ଆୟୋଜନ କରାଯାଇଛି। “ସର୍ବୋତ୍ତମ ସେବା: ପଶୁ, ପରିବାର ଓ ପ୍ରଗତି” ଶୀର୍ଷକ ଉପରେ ଆୟୋଜିତ ଏହି ଅଭିଯାନ ପ୍ରାଣୀଧନ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସ୍ଥାୟୀ ପ୍ରଗତିକୁ ସୁଦୃଢ଼ କରି ସାମଗ୍ରିକ ଗ୍ରାମୀଣ ବିକାଶ ପ୍ରତି ଅନୁଷ୍ଠାନର ରହିଥିବା ପ୍ରତିବଦ୍ଧତାକୁ ଏହି ଅଭିଯାନ ଦୋହରାଉଛି।
୨୦୧୪ରେ ଶୁଭାରମ୍ଭ କରାଯାଇଥିବା ପଶୁ ବିକାଶ ଦିବସରେ ମାଗଣା ପଶୁ ଚିକିତ୍ସା ସେବା ଓ ବିଶେଷଜ୍ଞ ମାର୍ଗଦର୍ଶନ ପ୍ରଦାନ କରି ପ୍ରାଣୀଧନ ମାଲିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରାଯାଉଛି। ବିଗତ ବର୍ଷଗୁଡ଼ିକରେ ଏହି ଅଭିଯାନ ଦେଶର ଅନ୍ୟତମ ସର୍ବବୃହତ ଦିନିକିଆ ପ୍ରାଣୀଧନ କଲ୍ୟାଣ କାର୍ଯ୍ୟକ୍ରମରେ ପରିଣତ ହୋଇଛି।
ଏସଏମ୍‌ଏଫ୍‌ଜି ଇଣ୍ଡିଆ କ୍ରେଡିଟ୍ ପକ୍ଷରୁ ୧.୪ ଲକ୍ଷ ପ୍ରାଣୀଧନର ଚିକିତ୍ସା ଓ ୧୪,୦୦୦ରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରି ୧.୫୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରାଯାଇଛି। ଏହି ଅଭିଯାନକୁ ୫୧୦ ଏସଏମ୍‌ଏଫ୍‌ଜି ଗ୍ରାମଶକ୍ତି ଶାଖା ସମେତ ୧୬ଟି ରାଜ୍ୟରେ ଆୟୋଜନ କରାଯାଇଥିଲା ଯାହା ଗ୍ରାମୀଣ ଭାରତରେ କମ୍ପାନିର ଗଭୀର ଉପସ୍ଥିତିକୁ ଦର୍ଶାଉଛି।
ଓଡ଼ିଶାରେ ପଶୁ ବିକାଶ ଦିବସ ୩୬ଟି ସ୍ଥାନରେ ଆୟୋଜନ କରାଯାଇଥିଲା ଓ ୮,୧୦୦ରୁ ଅଧିକ ପ୍ରାଣୀଧନକୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା ଯାହାଦ୍ୱାରା ୧,୬୫୦ରୁ ଅଧିକ ପରିବାର ଉପକୃତ ହୋଇଥିଲେ। ପ୍ରତିଟି ଶିବିରରେ ସ୍ଥାନୀୟ ପଶୁ ଡାକ୍ତରମାନଙ୍କ ଦ୍ୱାରା ମାଗଣାରେ ପଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ପଶୁମାନଙ୍କ ପାଇଁ ମାଗଣା ଔଷଧ ବଂଟନ କରାଯାଇଥିଲା ଓ ଦୁଗ୍ଧ ପ୍ରଦାନକାରୀ ପଶୁଙ୍କ ଉତ୍ପାଦକତା ବଢ଼ାଇବାକୁ ପରାମର୍ଶ ଦିଆଯାଇଥିଲା।
ଏହି ଅଭିଯାନର ସଫଳ ସମାପନ ସମ୍ପର୍କରେ ଏସଏମଏଫ୍‌ଜି ଇଣ୍ଡିଆ କ୍ରେଡିଟ୍‌ର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣନ କହିଛନ୍ତି ଯେ, “‘ସର୍ବୋତ୍ତମ ସେବା’ ହେଉଛି ଉଚ୍ଚ ମାନକ ସେବା ପ୍ରଦାନ କରିବା ଯେଉଁଠାରେ ପ୍ରଭାବ ସହ କରୁଣାର ମିଳନ ପ୍ରତିଫଳିତ ହୋଇଥାଏ ଏବଂ ଅଭିପ୍ରାୟ ଦୀର୍ଘକାଳୀନ ପରିବର୍ତ୍ତନରେ ପରିଣତ ହୋଇଥାଏ। ଗ୍ରାମୀଣ ଭାରତରେ ପ୍ରାଣୀଧନର ସ୍ୱାସ୍ଥ୍ୟ, ପରିବାରର ସୁରକ୍ଷା ଓ ଅର୍ଥନୈତିକ ପ୍ରଗତି ଗଭୀର ଭାବେ ଜଡ଼ିତ। ପଶୁଙ୍କ ଯତ୍ନ ନେଇ, ଜୀବନଜୀବିକାକୁ ସୁଦୃଢ଼ କରିବା ଏବଂ ଗୋଷ୍ଠୀ କଲ୍ୟାଣକୁ ସମର୍ଥନ କରି ଏହି ବ୍ୟବସ୍ଥାକୁ ସମୃଦ୍ଧ କରିବାରେ ଆମ ପ୍ରତିବଦ୍ଧତାକୁ ପଶୁ ବିକାଶ ଦିବସ ଦର୍ଶାଉଛି। ଏହି ଅଭିଯାନ ଜରିଆରେ ଆମେ ସ୍ଥାୟୀ ଫଳାଫଲ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଚାଷୀ ପରିବାରକୁ ସଶକ୍ତ କରିବ ଏବଂ ତୃଣମୂଳ ସ୍ତରର ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ।”
ବିଗତ ବର୍ଷଗୁଡ଼ିକରେ ଏହି ଅଭିଯାନ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ହାସଲ କରିଛି ଯାହା ହାର ବ୍ୟାପକତା ଓ ପ୍ରଭାବକୁ ଦର୍ଶାଉଛି। ଗୋଟି ଦିନରେ ଦେଶବ୍ୟାପୀ ସର୍ବବୃହତ୍ ପଶୁ ଚିକିତ୍ସା ଶିବିର ଆୟୋଜନ କରି ପଶୁ ବିକାଶ ଦିବସ ୨୦୧୫ରେ ଲିମକା ବୁକ ଅଫ ରେକର୍ଡସ, ୨୦୧୮ରେ ବେଷ୍ଟ ଅଫ ଇଣ୍ଡିଆ ରେକର୍ଡସ, ୨୦୧୯ରେ ୱାର୍ଲଡ ବୁକ ଅଫ ରେକର୍ଡସ ଓ ୨୦୨୪ରେ ୱାର୍ଲଡ ରେକର୍ଡସ ୟୁନିୟନରେ ସ୍ଥାନ ପାଇଛି। ଏହି ପରମ୍ପରାକୁ ଆଗକୁ ବଢ଼ାଇ ୨୦୨୫ରେ ପଶୁ ବିକାଶ ଦିବସ ସର୍ବବୃହତ ପଶୁ କଲ୍ୟାଣ ଅଧିବେଶନ ଆୟୋଜନ ପାଇଁ ଗିଜିନ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା ଯାହା ଗ୍ରାମୀଣ କଲ୍ୟାଣ, ପ୍ରାଣୀଧନ ଯତ୍ନ ଓ ଗୋଷ୍ଠୀ ଆଧାରିତ ବିକାଶକୁ ବ୍ୟାପକ କରିବାରେ କମ୍ପାନିର ଦୀର୍ଘକାଳୀନ ସମର୍ପଣ ଭାବକୁ ସୁଦୃଢ଼ କରିଛି।

Share

Leave a Reply

Your email address will not be published. Required fields are marked *

one × five =