ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ବାର୍ଷିକ ସାଂସ୍କୃତିକ ଓ ଶିକ୍ଷାତ୍ମକ ଉତ୍ସବ ‘ସ୍ପେକ୍ଟ୍ରା ୨୦୨୬’ ଆୟୋଜିତ
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଭୁବନେଶ୍ୱର, ଏହାର ବାର୍ଷିକ ଆର୍ନ୍ତ-ବିଦ୍ୟାଳୟ ସାଂସ୍କୃତିକ ଓ ଶିକ୍ଷାତ୍ମକ ଉତ୍ସବ ‘ସ୍ପେକ୍ଟ୍ରା ୨୦୨୬’ ସଫଳତାର ସହିତ ଆୟୋଜନ କରିଛି। ତିନି ଦିନିଆ ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ଓ ସଂସ୍ଥାର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଶିକ୍ଷାଗତ ଉତ୍କର୍ଷ, ସୃଜନଶୀଳତା ଓ ସାଂସ୍କୃତିକ ପ୍ରତିଭାର ଦର୍ଶନ କରିଥିଲେ।
ଉତ୍ସବର ଆରମ୍ଭ ହୋଇଥିଲା ବହୁପ୍ରତୀକ୍ଷିତ ୟଲୋ ଫ୍ଲେ ର ଉଦ୍ଘାଟନ ସହ, ଯାହା ଛାତ୍ରଛାତ୍ରୀ ଓ ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ସାଂସ୍କୃତିକ କମିଟିର ନେତୃତ୍ୱରେ, ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଉତ୍ସବର ସଫଳ ଯୋଜନା ଓ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ।
ବିଦ୍ୟାଳୟ ସ୍ତରର ମୁଖ୍ୟ ଶିକ୍ଷାତ୍ମକ କାର୍ଯ୍ୟକ୍ରମ ଗୁଡ଼ିକ ଥିଲା କେସ କମ୍ପିଟିସନ, ପ୍ରବନ୍ଧନ, ବାଣିଜ୍ୟ ପ୍ରତିଯୋଗିତା, ଅନଫିଲ୍ଟର୍ଡ ଯୋଗାଯୋଗ, ବିଶ୍ୱ ଅର୍ଥନୀତି, ଏବଂ ଇଂଜିନିୟରିଂ ଓ ପ୍ରଯୁକ୍ତି ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ଳେଷଣାତ୍ମକ ଚିନ୍ତାଧାରା ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲା। ସାଂସ୍କୃତିକ ଆୟୋଜନରେ ସଲୋ ଡ୍ୟାନ୍ସ, ଗ୍ରୁପ୍ ଡ୍ୟାନ୍ସ, ସଲୋ ସିଙ୍ଗିଙ୍ଗ୍, ନୁକ୍କଡ ନାଟକ ଓ ରାମ୍ପ ଓ୍ୱାକ ଭଲି ବିଭିନ୍ନ କାର୍ୟ୍ୟକ୍ରମ ଦର୍ଶକମାନଙ୍କୁ ମନୋରଞ୍ଜିତ କରିଥିଲେ।
ଏହି ଅବସରରେ ମତ ପ୍ରକାଶ କରି ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ସାଂସ୍କୃତିକ କମିଟିର ଅଧ୍ୟକ୍ଷା ପ୍ରଫେସର ଲୋପାମୁଦ୍ରା ନାୟକ କହିଥିଲେ, “ ସ୍ପେକ୍ଟ୍ରା ୨୦୨୬ ହେଉଛି ସମଗ୍ର ଶିକ୍ଷା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିବିମ୍ବ, ଯେଉଁଠାରେ ଶିକ୍ଷାଗତ ଉତ୍କର୍ଷ ସହିତ ସୃଜନଶୀଳତା, ସାଂସ୍କୃତିକ ଅଭିବ୍ୟକ୍ତି ଓ ଅନୁଭୂତିମୂଳକ ଶିକ୍ଷା ହାତ ମିଳାଇ ଚାଲିଥାଏ। ଏହି ଉତ୍ସବ ବିଭିନ୍ନ ପରମ୍ପରା, ଧାରଣା ଓ ପ୍ରତିଭାକୁ ଏକତ୍ର କରି ସାଂସ୍କୃତିକ ସମନ୍ୱୟର ଏକ ସଜୀବ ମଞ୍ଚ ଭାବେ କାର୍ଯ୍ୟ କରେ ଏବଂ ଯୁବପିଢ଼ୀ ମଧ୍ୟରେ ଏକତା ଓ ସାମୂହିକ ଉତ୍ସବର ଆତ୍ମାକୁ ପୋଷଣ କରେ।”
୫ ଫେବୃଆରୀ ୨୦୨୬ ରେ ଆୟୋଜିତ ଡିଜେ ନାଇଟ ଉତ୍ସବରେ ଡିଜେ ତୁସାର ଯୋଗଦେଇଥିଲେ ଯାହା ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥି ଯେଉଁଥିରେ ସଙ୍ଗୀତ ଓ ଆଲୋକର ସମନ୍ୱୟରେ ପରିସର ଏକ ଉତ୍ସାହପୂର୍ଣ୍ଣ ପରିବେଶରେ ପରିଣତ ହୋଇଥିଲା। ଉତ୍ସବର ଶେଷ ଦିନ ଏକ ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟିକା ନିକିତା ଗାନ୍ଧୀ ସାମିଲ ହୋଇଥିଲେ। ତାଙ୍କର ମନମୋହକ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ସ୍ପେକ୍ଟ୍ରା ୨୦୨୬ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଶିକ୍ଷାଗତ ଉତ୍କର୍ଷ, ସୃଜନଶୀଳତା, ସାଂସ୍କୃତିକ ସମୃଦ୍ଧି ଓ ସମଗ୍ର ଛାତ୍ର ଉନ୍ନତି ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।

