କ୍ରୀଡା

ଆଜି ୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍‌ରେ ଫାଇନାଲ୍

ଆଜି ଚଳିତ ୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍‌ରେ ଫାଇନାଲ୍ ମ୍ୟାଚ ଖେଳାଯିବ । ୫ଥର ଚାମ୍ପିଅନ୍ ଭାରତ ହାରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡ୍‌ରେ ଇଂଲଣ୍ଡକୁ ସାମ୍ନା କରିବ । ଉଭୟ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ସେମି ଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ତେଣୁ ଶୁକ୍ରବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଅବଶ୍ୟ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚରୁ ଭାରତ ୩ଟିରେ ଜିତିଥିବା ବେଳେ ଇଂଲଣ୍ଡ ୨ଟିରେ ବିଜୟୀ ହୋଇଛି । ପୂର୍ବରୁ ଇଂଲଣ୍ଡ କେବଳ ଥରେ ୧୯୯୮ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ଶେଷ ଥର ପାଇଁ ୨୦୨୨ ବିଶ୍ୱକପ୍ ଫାଇନାଲ୍‌ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ୟଶ ଧୂଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଉକ୍ତ ମ୍ୟାଚ ଜିତି ପଞ୍ଚମ ଥର ପାଇଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା ।

Share

Leave a Reply

Your email address will not be published. Required fields are marked *

5 + 11 =