ମହିଳାଙ୍କୁ ବିଭତ୍ସ ହତ୍ୟା
ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ହତ୍ୟା। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗ୍ରାମ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କର ଗଣ୍ଡିରୁ ମୁଣ୍ଡ ଅଲଗା କରି କେଛି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମହିଳାଙ୍କର ଗଣ୍ଡିରୁ ମୁଣ୍ଡ ଅଲଗା କରି ଗାଁ ରାସ୍ତାରେ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଛନ୍ତି। ମୃତକ ମହିଳା ଜଣକ ହେଉଛି ସେହି ଗାଁର ଯମୁନା ହାଁସଦା। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

