ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଛି । କମ୍ପାନୀ ନିଜର କର୍ମଚାରୀ ଓ ଜନସାାରଣଙ୍କୁ ଏହି ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ଆୟୋଜନ କରିଛି ।

ଗଞ୍ଜାମ ଜିଲ୍ଲା ସୁନ୍ଦରପୁରସ୍ଥିତ ସୁନ୍ଦରେଶ୍ୱର ଉଚ୍ଚ ବିଦ୍ୟାଳୟରେ କମ୍ପାନୀ ‘ କ୍ଲବ ଏନର୍ଜି ‘ କାର୍ଯ୍ୟକ୍ରମ ଅଧୀନରେ ଆଲୋଚନାତ୍ମକ କାର୍ଯ୍ୟକ୍ରମ ସହ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଓ ନବୀକରଣଯୋଗ୍ୟ ଶକ୍ତିକୁ ଆପଣେଇବା ସପକ୍ଷରେ ସଚେତନ କରାଯାଇଛି । ବିଦ୍ୟୁତ ଶକ୍ତି ସଂରକ୍ଷଣ, ବିଦ୍ୟୁତ ଅପଚୟ ନକରିବା ନେଇ ପରାମର୍ଶ, ଶକ୍ତିର ବିଭିନ୍ନ ଉତ୍ସ ଓ ନବୀକରଣଯୋଗ୍ୟ ଶକ୍ତିର ପ୍ରକାରଭେଦ ଓ ଆବଶ୍ୟକତା ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଟିପିଏସ୍ଓଡିଏଲର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଶହେରୁ ଅଧିକ ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହାପରେ ‘ ବସୁମତୀ ବଞ୍ଚାଅ’ ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କଳାତ୍ମକ ଦକ୍ଷତାର ପରିପ୍ରକାଶ କରିଥିବା ବେଳେ ବିଦ୍ୟୁତ ଶକ୍ତିର ସଦୁପଯୋଗ ନେଇ ପ୍ରେରଣା ପାଇଥିଲେ ।

ଚଳିତ ମାସରେ କମ୍ପାନୀ ପକ୍ଷରୁ ସଫଳତାପୂର୍ବକ ୮, ୧୩ ଓ ୧୪ ତାରିଖରେ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆହୁରି ୫ଟି କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି । ସେହିଭଳି ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କର୍ମଚାରୀମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାମାନ ମଧ୍ୟ ଆୟୋଜିତ ହୋଇଛି।

Share

Leave a Reply

Your email address will not be published. Required fields are marked *

twelve − three =