୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ କହିଲେ ଏମିତି କଥା

ଭୁବନେଶ୍ୱର() ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନକୁ ୨୦ ବର୍ଷ ପୂରିଲା । ଆଜିକୁ ୨୦ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀ ବିଜୁ ଜନତା ଦଳ (ବିଜେଡି)କୁ ସରକାର ଗଠନର ସୁଯୋଗ ଦେଇଥିଲେ । ବିଜେଡି-ବିଜେପି ମେଣ୍ଟ ୯ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା । ୨୦୦୯ ପରେ ବିଜେଡି ଏକାକୀ ସରକାର ଗଠନ କରୁଛି । କ୍ରମାଗତ ଭାବେ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରି ଚାଲିଛନ୍ତି । ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ଲୋକାଭିମୁଖୀ ଓ ବିକାଶ ଅଭିମୁଖୀ କାର୍ୟ୍ୟକ୍ରମ ପାଇଁ ଓଡ଼ିଶାବାସୀ ଗତ ୨ ଦଶନ୍ଧି ହେଲା ନବୀନଙ୍କ ନେତୃତ୍ୱକୁ ଭରସା କରି ଚାଲିଛନ୍ତି । ଲୋକଙ୍କ ଆଶା, ଆଂକକ୍ଷାକୁ ପୂରଣ କରିବାରେ ମଧ୍ୟ ନବୀନ ହେଳା କରିନାହାନ୍ତି । ଯେଉଁଥିପାଇଁ ପ୍ରତି ନିର୍ବାଚନରେ ତାଙ୍କ ପ୍ରତି ଜନ ସମର୍ଥନ ଓ ଲୋକଙ୍କ ଭଲ ପାଇବା ବଢ଼ି ବଢ଼ି ଚାଲିଛି । ଗାଁଠୁ ଆରମ୍ଭ କରି ସହର ଯାଏଁ, ସ୍କୁଲରୁ ଆରମ୍ଭ କରି କଲେଜ ଯାଏଁ ସବୁଠି ନବୀନଙ୍କ ପ୍ରତି ଲୋକଙ୍କ ରହିଛି ଆବେଗଭରା ସମର୍ଥନ ।

ବିଶାଳ ଜନ ସମର୍ଥନରେ ଗତ ୨୦ ବର୍ଷ ଧରି ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜେୟ, ଅଦ୍ୱିତୀୟ ନେତା ଭାବେ ନବୀନ ଲୋକଙ୍କ ହୃଦୟରେ ରହିଛନ୍ତି । ନିଜ ମୁଖ୍ୟମନ୍ତ୍ରୀତ୍ୱକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ନବୀନ ଏକ ବାର୍ତ୍ତା ଦେଇ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି । ଜୟ ଜଗନ୍ନାଥରୁ ସେ ନିଜ ବାର୍ତ୍ତା ଆରମ୍ଭ କରି କହିଛନ୍ତି ଯେ, ‘ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋ ପରିବାର, ମୁଁ ସେମାନଙ୍କ ନିକଟରେ ଋଣୀ ।’

Share

Leave a Reply

Your email address will not be published. Required fields are marked *

5 + 14 =