ପିଚାଶ ବାପା, ଝିଅକୁ ଦୁଷ୍କର୍ମ ପରେ ମାରିଦେଲା

ନୂଆଦିଲ୍ଲୀ: ରାକ୍ଷସ ସାଜିଲା ବାପା । କିଛି କ୍ଷଣର ସୁଖ ଲାଗି ମଣିଷରୁ ପାଲଟି ଗଲା ପଶୁ । ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କକୁ ଭୁଲିଗଲା ବାପା । ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ବାପା । ମଧ୍ୟପ୍ରଦେଶରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ମୁତାବକ, ଝିଅଟି କିଛି ବଷ ପୂର୍ବେ ଅନ୍ୟ ଜାତିରେ ପ୍ରେମ ବିବାହ କରି ଘର ଛାଡ଼ି ଚାଲିଯାଇଥିଲା । ବିବାହ ପରଠାରୁ ବାପଘର ସହ ଏକପ୍ରକାର ସମ୍ପର୍କ କଟିଯାଇଥିଲା । ତେବେ ନିକଟରେ ଯାଇଥିବା ଦୀପାବଳି ସମୟରେ ଭଉଣୀ ଘରକୁ ନିଜ ଛୁଆକୁ ନେଇ ଆସିଥିଲେ ମହିଳା ଜଣକ । ସେଠାରେ ତାଙ୍କର ୮ ମାସର ଛୁଆ ନିମୋନିଆରେ ଆକ୍ରାନ୍ତ ହୋଇ ମରିଯାଇଥିଲା । ତେବେ ଛୁଆଟି ମରିବା ପରେ ତାକୁ ପୋତିବା ଲାଗି ଜଙ୍ଗଲକୁ ନେଇଯିବାକୁ କହିଥିଲା ବାପା ।

ବାପାଙ୍କ କଥାକରୁ ଏପରି ଲାଗିଥିଲା କି, ସେ ବଦଳି ଯାଇଛନ୍ତି । ଆଉ ବିଶ୍ୱାସରେ ମଲା ଛୁଆକୁ ଧରି ଜଙ୍ଗଲକୁ ଯାଇଥିଲେ । ମାତ୍ର ସେଠାରେ ଯିବାପରେ ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ମାରିଦେଇଥିଲା ନୃଂଶସଭାବେ ହତ୍ୟା କରିଥିଲା ବାପା । ତେବେ ଘଟଣା ଘଟିବାର ୮ ଦିନ ପରେ ଜଣେ ଫରେଷ୍ଟ କର୍ମଚାରୀ ଜଙ୍ଗଲକୁ ଯାଇଥିବାବେଳେ ମୃତଦେହକୁ ଦେଖିଥିଲେ । ଆଉ ଏହାପରେ ତଦନ୍ତ କରାଯାଇଥିଲା । ଶେରେ ଜଣାପଡ଼ିଥିଲାକୁ ନିଜ ଜନ୍ମକଲା ବାପା ହିଁ ଏହି ପାପର ମୁଖ୍ୟ କାରଣ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

twelve + sixteen =