ସରିଲା ବର୍ଷା, ଆସୁଛି ଶୀତ

ଭୁବନେଶ୍ୱର: ସରି ସରି ଯାଉଛି ବର୍ଷା ଦିନ । ଅକ୍ଟୋବର ୨୩ ସୁଦ୍ଧା ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ବିଦାୟ ନେଇଯିବ । ଏଣୁ ଆଉ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୧ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଗଞ୍ଜାମ ଓ ଗଜପତିରେ ୨୫ ତାରିଖ ପର୍ୟ୍ୟନ୍ତ ପାଗ ମେଘୁଆ ରହିବା ସହ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି । ଅପରପକ୍ଷେ ରାଜ୍ୟର ତାପମାତ୍ରା ମଧ୍ୟ ଧୀରେଧୀରେ କମିବା ଆରମ୍ଭ କରିବ । ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି ।
୨୫ ତାରିଖରୁ ରାଜ୍ୟ ମଧ୍ୟକୁ ଜମ୍ମୁ-କଶ୍ମୀର ଅଞ୍ଚଳରୁ ଉତ୍ତରା ପବନ ବହିବା ଆରମ୍ଭ ହେବ । ଏଣୁ ୨୬ ତାରିଖରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ । ୨୬ ରୁ ୨୮ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨.୫ ଡିଗ୍ରି କମିବ । ତେବେ ୨୨ ତାରିଖରୁ ରାଜ୍ୟର ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୧.୯ରୁ ୧.୫ ଡିଗ୍ରି ପର୍ୟ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ହାଲୁକା ଶୀତ ଅନୁଭୂତ ହେବ ।

Share

Leave a Reply

Your email address will not be published. Required fields are marked *

5 × one =