ଆସନ୍ତାକାଲି ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ଆସନ୍ତାକାଲି ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେପି । ମହାଲିଙ୍ଗ ମିଷ୍ଟ୍ରି ଘଟଣାକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ ଆଜି  ମମିତା ମର୍ଡର ମିଷ୍ଟ୍ରି ଘଟଣାରେ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି । ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଜରୁରୀକାଳୀନ ସେବା ବାଦ ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ମମିତା ମେହେର ମର୍ଡର ମିଷ୍ଟ୍ରି ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ଆଜି କୋର୍ଟଚାଲଣ କରିବ । ସେପଟେ କିନ୍ତୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ଜୋର ଧରିଲାଣି । ଏହି ଦାବି କରି ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରୁଛି ବିଜେପି । କେବଳ ଜରୁରୀକାଳୀନ ସେବା ବାଦ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସହରରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିବ । ଏହି ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିବେ ।

Share

Leave a Reply

Your email address will not be published. Required fields are marked *

16 + 1 =