ବିଜେପି ଛାଡ଼ିଲେ ବିଶ୍ୱ

ଯାଜପୁର: ଜିଲ୍ଲାରେ ବିଜେପିରେ ଦୁର୍ଗ ଧିରେ ଧିରେ ଭାଙ୍ଗିବାକୁ ଲାଗିଲାଣି । ଜଣକ ପରେ ଜଣେ ଟାଣୁଅାଁ ନେତା ବିଜେପି ଛାଡ଼ୁଛନ୍ତି । ଏହିକ୍ରମରେ ଆଜି ଯାଜପୁର ଜିଲ୍ଲାର ବିଜେପି ନେତା ତଥା ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ପଠାଇଛନ୍ତି । ତାଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ଏବଂ ଉପାଧ୍ୟକ୍ଷ ରମେଶ ଭଞ୍ଜ ମଧ୍ୟ ଦଳ ଛାଡ଼ିଛନ୍ତି । ତେବେ ସେମାନେ ଆସନ୍ତା ୨୭ ତାରିଖରେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ସେ ଯାହାବି ହେଉ ଯାଜପୁର ଜିଲ୍ଲାରେ ଜଣକ ପରେ ଜଣେ ଦଳ ଛାଡ଼ିବା ବିଜେପିର ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ସେପଟେ ବିଜେଡି ମୁହାଁ ଛାମୁହାଁ ନେତା । ଦଳ ଅଧିକ ଶକ୍ତିଶାଳୀ ହେବା ସହ ପଞ୍ଚାୟତ ନିର୍ବାଂଚନରେ ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 18 =