ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବ ବଙ୍ଗୋମୁଣ୍ଡା ପୋଲିସ୍

ବଲାଙ୍ଗୀର: ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକ ୫ ଦିନିଆ ରିମାଣ୍ଡରେ ନେବ ବଙ୍ଗୋମୁଣ୍ଡା ପୋଲିସ । ଆଜି କୋର୍ଟ ଏହି ଅନୁମତି ଦେଇଛନ୍ତି । ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ହେଲା ଖୁଲାସା । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।
ଡିଆଇଡି କହିଛନ୍ତି, ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହିଁ ହତ୍ୟା କରିଛି । ହତ୍ୟା ମାମଲାରେ ପ୍ରାଥମିକ ତଦନ୍ତ ସରିଛି । ମମିତାଙ୍କୁ କାର୍ ଭିତରେ ହତ୍ୟା କରାଯାଇଛି । ତଣ୍ଟି ଚିପି ହତ୍ୟା ନା ଅନ୍ୟ ଉପାୟରେ ହତ୍ୟା କରାଯାଇଛି ସ୍ପଷ୍ଟ ହୋଇନି । ଗୋବିନ୍ଦ ନିଜ ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କାରେ ହତ୍ୟା କରିଛି । ହତ୍ୟା ପରେ କାର୍ରେ ମୃତଦେହ ନିଆଯାଇଥିଲା । କାର୍ରେ ମୃତଦେହକୁ ମହାଲିଙ୍ଗକୁ ନେଇଥିଲେ ଦୁର୍ବୃତ୍ତ । ସେଠାରେ କାର୍ଡ ବୋର୍ଡ ଓ ଟାୟାର ଜାଳି ମୃତଦେହ ପୋଡି ଦେଇଥିଲେ । ଏହାପରେ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ପୋଡା ମୃତଦେହ ।

Share

Leave a Reply

Your email address will not be published. Required fields are marked *

eighteen − ten =