କାମନା ବାସନା ପ୍ରତି ମନୁଷ୍ୟର ଦୃଷ୍ଟିଭଙ୍ଗୀ କିପରି ହେବା ଉଚିତ? ଜାଣନ୍ତୁ କଣ କହୁଥିଲେ ବାବା

ଭୁବନେଶ୍ୱର: ଆମର ଅନ୍ତଃକରଣକୁ ସର୍ବଦା ଶୁଦ୍ଧ, ନିର୍ମଳ ରଖିବା ନିମନ୍ତେ ଆମେ ଚେଷ୍ଟା କରିବା ଉଚିତ୍ । ଆମର ଧ୍ୟାନ ସମସ୍ତ ଭାବର ଉତ୍ସ ଉପରେ କେନ୍ଦ୍ରୀଭୂତ ହେବା ଉଚିତ୍ । କାମ କ୍ରୀୟା ଅପେକ୍ଷା କାମ ଭାବରୁ ମୁକ୍ତ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ । କେତେ ଲୋକ ସଦା ସର୍ବଦା ଏଇ ସମ୍ଭୋଗ କାମନାରେ ନିମଜ୍ଜିତ ରହନ୍ତି ଏବଂ ଲାଳସା ଚରିତାର୍ଥ କରିବାକୁ ଗୋପନୀୟଭାବେ ବହୁ କକର୍ମ କରିଥାନ୍ତି । ଭାବନାରେ ସବୁବେଳେ ସଦଗୁରୁଙ୍କୁ ଧରି ରଖିଲେ ମନ ମୋହମୁକ୍ତ ହୋଇଯିବ । ମନକୁ କଦାପି କାମନାର ଦାସ ହେବାକୁ ଦିଅନାହିଁ ।

Share

Leave a Reply

Your email address will not be published. Required fields are marked *

three − one =