ଟିକେଟ ପାଇଁ ନବୀନଙ୍କ ପାଖରେ ନେତାଙ୍କ ସୂଅ

ବିଜେଡି ଟିକେଟ ପାଇଁ ନବୀନ ନିବାସରେ ନେତାଙ୍କ ଲମ୍ବା ଲାଇନ ଲାଗିଛି । ଜଣକ ପରେ ଜଣେ ନେତା ଟିକେଟ ପାଇବା ପାଇଁ ଲବିକୁ ଜୋରଦାର କରିଛନ୍ତି । ଆଜି କୋରାପୁଟର ନେତାମାନେ ନବୀନ ନିବାସ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦ । ଟିକେଟ ପାଇଁ ଗତ ୩ ଦିନ ହେଲା ନବୀନ ନିବାସରେ ଭିଡ ଜମୁଛି ।

ପ୍ରଥମ ପର୍ୟ୍ୟାୟରେ ଏପ୍ରିଲ ୧୧ ତାରିଖରେ ବ୍ରହ୍ମପୁର, କୋରପୁଟ, ନବରଙ୍ଗପୁର ଓ କାଳାହାଣ୍ଡି ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ତେଣୁ ଏହି ଆସନଗୁଡିକର ସମ୍ଭାବ୍ୟ ପ୍ରାର୍ଥୀ ନେଇ ବିଜେଡିରେ ଅଙ୍କକଷା ଚାଲିଛି । ୪ ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ୨୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକାରେ ଚୂଡାନ୍ତ ମୋହର ବାଜିବ । ଆସନ୍ତା ୧୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀ ବି କହିସାରିଛନ୍ତି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବ । ତେଣୁ ନବୀନ ନିବାସରେ ନେତାଙ୍କ ଭିଡ ଲାଗିଛି ।

Share

Leave a Reply

Your email address will not be published. Required fields are marked *

1 + 16 =