ସ୍ୱାମୀହନ୍ତା ସ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀହନ୍ତା ସ୍ତ୍ରୀ । ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି ପୋଲିସ୍ ପଚରା ଉଚରା କରୁଛି। କଣା ପାଇଁ ଏଭଳି ଘଟଣା ଘଟିଲା ଏ ନେଇ କାରଣ ଅସ୍ପଷ୍ଟ ରହିଛି। ସବୁ ଦିଗକୁ ନେଇ ଅଭିଯୁକ୍ତ ସ୍ତ୍ରୀକୁ ପଚରାଉଚରା କରୁଛି ପୋଲିସ୍। ତେବେ ନିଶାଶକ୍ତ ଅବସ୍ଥାରେ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। କାରଣ ସେହି ଆଖପାଖରେ ହାଣ୍ଡିଆ ଏବଂ ନିଶା ବ୍ୟବସାୟ ବହୁଳ ଭାରେ ଚାଲିଥାଏ। କୌଣସି କାରଣରୁ ବଚ୍ଚସା ହେବା ପରେ ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ କିଛି ସମୟ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବ ତଦନ୍ତ ଆରମ୍ଭ କରିବ।

Share

Leave a Reply

Your email address will not be published. Required fields are marked *

2 × two =