ମମତାଙ୍କୁ ଭେଟିଲେ ବାବୁଲ ସୁପ୍ରିୟୋ

କୋଲାତାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ନିକଟରେ ଟିଏମସିରେ ଯୋଗଦେଇଥିବା ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗ ଦେବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ଏକ ମ୍ୟୁଜିକାଲ ମିଟିଂ କରିଛନ୍ତି । ଖବର ଅନୁଯାୟୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ମିଶିବା ପରେ ଦିଦିଙ୍କ ସହ ଏହା ତାଙ୍କର ପ୍ରଥମ ଭେଟଘାଟ ।
ଦିଦିଙ୍କ ସହ ବୈଠକ ପରେ ବାବୁଲ କହିଛନ୍ତି ଯେ, ମୁଁ ଦିଦିଙ୍କୁ ଭେଟି ବହୁତ ଖୁସି ଅଛି । ବେଶ ଆନନ୍ଦରେ ସେ ମୋତେ ଚିଏମସି ପରିବାରକୁ ସ୍ୱାଗତ ଜଣାଇଛନ୍ତି । ସେ ମୋତେ କହିଛନ୍ତି ଯେ ବର୍ତ୍ତମାନ ଗୀତ ଗାଇବା କାମ ଜାରି ରଖ । ତାଙ୍କ କଥା ମୋତେ ବେଶ ଛୁଇଁଛି । ମୁଁ ଦଳ ପାଇଁ କାମ କରିବା ସହ ଗୀତ ମଧ୍ୟ ଗାଇବି । ଆମ ଭିତରେ ମ୍ୟୁଜିକାଲ ମିଟିଂ ହୋଇଛି । ମିଟିଂ ବେଳେ ଦିଦି ମୋତେ ଯାହା କହିଛନ୍ତି ସେ ସବୁ ମୋ ମୋତେ ବେଶ୍ ପସନ୍ଦ ଆସିଛି । ମୋତେ ଦଳକୁ ସ୍ୱାଗତ କରିଥିବାରୁ ମୁଁ ଦିଦି ଓ ଅଭିଷେକ ବାର୍ନାଜୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି କହିଛନ୍ତି , ବୁଧବାର ସେ ଦିଲ୍ଲୀ ଯାଇ ବିଜେପି ସାସଂଦ ପଦରୁ ଇସ୍ତଫା ଦେବେ । ନିଜର ଇସ୍ତଫାପତ୍ର ସେ ବାଚସ୍ପତି ଓମ ବିର୍ଲାଙ୍କୁ ହସ୍ତାନ୍ତର କରିବେ ।

Share

Leave a Reply

Your email address will not be published. Required fields are marked *

10 + 3 =