ବିଧାନସଭାରେ ରୁଷିଗଲେ ମୋହନ

ଭୁବନେଶ୍ବର() ବିଧାନସଭାରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ନମିଳିବାରୁ ରୁଷିଗଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବୀ ନୋଟିସ୍ ଆଲୋଚନା ବେଳେ ଉପବାଚସ୍ପତି ତାଙ୍କୁ ସଂକ୍ଷେପରେ କହିବାକୁ କହିବାରୁ ସେ ରୁଷିଥିଲେ। ପରେ ଉପବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ସେ ତାଙ୍କ ବକ୍ତବ୍ୟ ରଖି ନଥିଲେ।

ମୋହନ କହିଛନ୍ତି, ଆଲୋଚନାକୁ ପୂର୍ଣ୍ଣ ତଥ୍ୟ ଭିତ୍ତିକ ଉପସ୍ଥାପନା ପାଇଁ ଉପବାଚସ୍ପତିଙ୍କୁ ସମୟ ମାଗିଥିଲେ । ହେଲେ ପର୍ୟ୍ୟାପ୍ତ ସମୟ ପୂରିବା ମଧ୍ୟରେ ମୋତେ ଆଲୋଚନାକୁ ସମ୍ପୂର୍ଣ୍ଣ କରିବାକୁ ଦିଆଗଲାନି । ରାଜ୍ୟର ସବୁଠାରୁ ବଡ଼ ପ୍ରସଙ୍ଗ ‘କାଳିଆ’ ଯୋଜନା ଉପରେ ଯେତେବେଳେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ଜାଣିବାକୁ ଚାହୁଁଥିଲି ତାହାର ଜବାବ୍ ମିଳିପାରିଲାନି ।

ସେପଟେ ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ବାଚସ୍ପତି କହିବାକୁ ସୁଯୋଗ ନ ଦେବାରୁ ସେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ସେ ନିଜ ଆସନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ। ଶେଷରେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେବା ପରେ ଯାଇ ସେ ନିଜ ଆସନରେ ବସିଥିଲେ।

Share

Leave a Reply

Your email address will not be published. Required fields are marked *

5 × five =