ସ୍ୱାଭାବିକ ହୋଇଛି ଜଳ ଯୋଗାଣ, ତ୍ୱରାନ୍ୱିତ ହୋଇଛି ବିଦ୍ୟୁତ ପୁନଃସ୍ଥାପନ

() ଜଳ ଯୋଗାଣ ସ୍ୱାଭାବିକ ହୋଇଛି। ପୁରୀ, କଟକ, ନିମାପଡ଼ା, କୋଣାର୍କ, ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ଚାଲିଛି। ଖୋର୍ଦ୍ଧା, ଜଟଣୀରେ ଶତ ପ୍ରତିଶତ ହାସଲ ହୋଇଛି। ସବୁ ସହରାଞ୍ଚଳରେ ପାଣି ଟାଙ୍କି, ସିଂଟେକ୍ସ ଟାଙ୍କି ବ୍ୟବହାର କରାଯାଉଛି।

ପରିମଳ କାମ ସବୁ ସହରାଞ୍ଚଳରେ ଚାଲିଛି। ଭୁବନେଶ୍ୱର ରେ 3 ହଜାର କର୍ମଚାରୀ, ଉପକରଣ ନିୟୋଜିତ। ପୁରୀରେ 40 ଜଣ ଇଞ୍ଜିନିୟର, 410 କର୍ମଚାରୀ, 72ଟି ଉପକରଣ ନିୟୋଜିତ ହୋଇଛି। ନିମାପଡ଼ା ରେ ମଧ୍ୟ ଚାଲିଛି। 13ଟି ସହରରେ 5002 କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପ୍ରଭାବିତ ଜିଲ୍ଲାରେ 2364 ପାଇପ ଜଳ ପ୍ରଭାବିତ ହୋଇଥିଲା। 10-15 ଜଣିଆ ଟିମ ସବୁ ଜିଲ୍ଲାରେ ପଠାଯାଇଛି। 741ଟି ଓଭର ହେଡ ଟାଙ୍କି, 300 ଜେନ ସେଟ ପଠାଯାଇଛି। 460 ଟ୍ୟାଙ୍କର ସବୁ ଜିଲ୍ଲାକୁ ପଠାଯାଇଛି। ମୋଟ 2364 ରୁ ପାଇପ ମଧ୍ୟରୁ1550 ପାଇପ ୱାଟର ଠିକ କରାଯାଇଛି। ଜିଲ୍ଲାରେ ଭଦ୍ରକ 100 ପ୍ରତିଶତ, ଯାଜପୁର, ଆଠଗଡ଼ ରେ 70 ରୁ 80 ଭାଗ ହୋଇଛି। ଆସନ୍ତା 7 ଦିନ ମଧ୍ୟରେ ସବୁ ଠିକ ହେବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଅନ୍ୟ ସବୁ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହେଉଥିରୁ ପୁରୀ, ଖୋର୍ଦ୍ଧା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। 85 ଜେନ ସେଟ ଏହି ଦୁଇ ଜିଲ୍ଲାକୁ ଯୋଗାଇ ଦିଆଯାଇଛି।

ଭୁବନେଶ୍ୱରର ବିସିଡିଡି 1 ର ମୋଟ 14ଟି ଫିଡର କାର୍ଯ୍ୟକ୍ଷମ ହୋଇଥିଲା। 44ରୁ 34 ଫିଡର ପ୍ରସ୍ତୁତ କରିବା ଲକ୍ଷ ଥିଲା । ଏବେ 37ଟି ପ୍ରସ୍ତୁତ ଅଛି। ବଳକା 7ଟି ଫିଡର ମଧ୍ୟରୁ ସବୁତକ ଆଜି କାର୍ଯ୍ୟକ୍ଷମ ହେବ। ପରଦିନ ସୁଦ୍ଧା 5 ହଜାର ଲୋକଂକୁ ବିଜୁଳି ମିଳିଥିଲା। 37 ହଜାର ଉପଭୋକ୍ତାଙ୍କୁ ସଂଯୋଗ ଦିଆଯାଇଛି। ସବୁ ହସ୍ପିଟାଲରେ ବିଜୁଳି ସଂଯୋଗ ଦିଆଯାଇଛି। ଆଜି ଏହି ଅଂଚଳର 20 ହଜାର ଉପଭୋକ୍ତାଙ୍କ ପାଇଁ ବିଜୁଳି ଦିଆଯିବ। ସବୁ ବସ୍ତିକୁ ଦିଆଯାଇଛି ବିଜୁଳି। ମୋଟ 58000 ଉପଭୋକ୍ତା ରହିଛନ୍ତିି। ବିସିଡିଡି 2- 66 11 କେଭି ଫିଡର ମଧ୍ୟରୁ 29 ପ୍ରସ୍ତୁତ। ଏବେ ଯାଏ 33 ହାଜର ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ଦିଆଯାଇଛି। ଆଜି ଆଉ 25 ହଜାର ଉପଭୋକ୍ତା ଙ୍କୁ ମିଳିବ। ସବୁ ହସ୍ପିଟାଲରେ ବିଜୁଳି ସଂଯୋଗ ଦିଆଯାଇଛି। ସାଳିଆ ସହି ପାଇଁ କାମ ଚାଲିଛି। ମୋଟ 98000 ଉପଭୋକ୍ତା ଏହି ଡିଭିଜନରେ ରହିିଛନ୍ତି।

ବିଇଡିର ୩୭ ଫିଡର ମଧ୍ୟରୁ ଆଜି ସୁଦ୍ଧା 15ଟି ଫିଡର ପ୍ରସ୍ତୁତ ରହିଛି। ଆଜି ସୁଦ୍ଧା ଆଉ 6ଟି ଫିଡର ପ୍ରସ୍ତୁତ ହେବ। ଏହି ଅଂଚଳର 1.1 ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ 78 ହଜାର ସହରାଞ୍ଚଳରେ ରହିଛନ୍ତି। 16 ହଜାରଙ୍କୁ ମିଳି ସାରିଛି ବିଜୁଳି ସଂଯୋଗ।

ପୁରୀ- ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। 15 ସୁଦ୍ଧା ପୁରୀ ଓ କୋଣାର୍କରେ ମିଳିବ ବିଜୁଳି ସଂଯୋଗ। ପୁରୀରେ 175ଟି ଗ୍ୟାଙ୍ଗ କାମ କରୁୁୁଛନ୍ତି। 1800 ଲୋକ ନିୟୋଜିତ।
ଖୋର୍ଦ୍ଧାର 100 ଗ୍ୟାଙ୍ଗ ଲାଗିଛି। ଆହୁରି ଶ୍ରମିକ ପଡୋଶୀ ରାଜ୍ୟରୁ ଆସୁଛନ୍ତି। ବିହାରକୁ କୁହାଯାଇଛି ସେମାନେ କିଛି ଶ୍ରମିକ ପଠାଇବେ।

500 ସରକାରୀ ଆଇଟିଆଇ ଓ ପଲିଟେକ୍ନିକ ପିଲାଙ୍କୁ ନିୟୋଜିତ କରାଯିବ। କାଲିଠୁ କାମ କରିବେ।
ବ୍ୟାଙ୍କ- କ୍ୟାସର ସମସ୍ୟା ନାହିଁ। ପୁରୀରେ 239 ବ୍ୟାଙ୍କ ଶାଖା ରହିଛି। 60ଟି କାମ କରୁଛି। 273 ଏଟିଏମ ରୁ 20ଟି କାମ କରୁଛି। ଖୋର୍ଦ୍ଧାର 707ରୁ 307 ଶାଖା କାମ କରୁଛି। 1164 ଏଟିଏମରୁ 197 ଏଟିଏମ କାର୍ଯ୍ୟକ୍ଷମ ରହିଛି। କଟକରେ 422 ଶାଖା 260 କାର୍ଯ୍ୟକ୍ଷମ। 593 ଏଟିଏମରୁ 162 କାର୍ଯ୍ୟ କରୁଛି।

ବିଜୁଳି, ଇଣ୍ଟରନେଟ ନଥିଲେ ବି ଶାଖା ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୀମା କମ୍ପାନୀଙ୍କୁ କୁହାଯାଇଛି କ୍ଷୟକ୍ଷତି ଆକଳନ କରିବାକୁ କୁହାଯାଇଛି। ତୁରନ୍ତ ବ୍ୟାଙ୍କରସ କମିଟି ବୈଠକ କରିବାକୁ କୁହାଯାଇଛି।

ବନ୍ୟଜନ୍ତୁ- ବନ୍ୟଜନ୍ତୁ ଙ୍କର କୌଣସି ମୃତ୍ୟୁ ରିପୋର୍ଟ ଆସି ନାହିଁ। ବାଲୁଖଣ୍ଡ ଅଭୟାରଣ୍ୟ ଓ ନନ୍ଦନକାନନ ରୁ କୌଣସି ରିପୋର୍ଟ ଆସି ନାହିଁ। 110ଟି ଗଛ କଟା ମେସିନ ସହିତ ଟିମ କାମ କରୁଛନ୍ତି। ପୁରୀରେ 50 ଓ ଭୁବନେଶ୍ୱର ରେ 60 ଟିମ କାମ କରୁଛି। ବିଦ୍ୟୁତ ସେବା ଦେବାକୁ ସେମାନେ ମଧ୍ୟ କମ କରୁଛନ୍ତି। ଉଭୟ ସରକାରୀ ଓ ଘରୋଇ ଲୋକଙ୍କୁ ଗଛ କଟିବାରେ ସାହାଯ୍ୟ କରିବେ ଏହି ଟିମ।

Share

Leave a Reply

Your email address will not be published. Required fields are marked *

5 × 4 =