ଡାଡି ମମି ନୁହେଁ ବାପା ମାଆ ଡାକ: ଭେଙ୍କେୟା ନାଇଡୁ

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ନିର୍ଧାରିତ ସମୟର ୧୦ ମିନିଟ୍ ଆଗରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲା ଭାରତୀୟ ବାୟୁ ସେନାର ରାଜହଂସ ବିମାନ । ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ରାଜ୍ୟପାଳ ଡକ୍ଟର ଗଣେଶି ଲାଲ୍, ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଓ ବରିଷ୍ଠ ପୁଲିସ ଅଧିକାରୀ । ଏହାପରେ ରାଜ୍ୟପାଳଙ୍କ ସହ ଉପରାଷ୍ଟ୍ରପତି ରାଜ୍ୟପାଳ ଭବନକୁ ଯାଇଥିଲେ । ସେଠାରୁ ସେ ସାଇ ଇଂଟର ନେସନାଲ ସ୍କୁଲକୁ ଯାଇଛନ୍ତି । ସେଠାରେ ୧୦ ବର୍ଷ ପୂର୍ତି ଅବସରରେ ଆୟୋଜିତ ସମାବର୍ତନ ଉତ୍ସବରେ ସାମିଲ ହୋଇଛନ୍ତି ।

ଉପରାଷ୍ଟ୍ରପତି କହିଛନ୍ତି, ନିଜ ବାପା-ପୁଅଙ୍କୁ କେବେହେଲେ ଅବହେଳା କରନାହିଁ । ଘରେ ସବୁବେଳେ ମାତୃଭାଷା କୁହ । ବିଶ୍ୱର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଜନ୍ମସ୍ଥାନକୁ ନ ଭୁଲିବାକୁ ଭେଙ୍କେୟା ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି – ଗୁରୁ, ଦେଶ ଓ ରାଜ୍ୟକୁ କେବେ ବି ଭୁଲନାହିଁ । ଜୀବନ ରେ ସବୁବେଳେ ଖୁସି ଓ ଆନନ୍ଦରେ ବି ରହିବାକୁ ଛାତ୍ରଙ୍କୁ କହିଥିଲେ ଉପରାଷ୍ଟ୍ରପତି ।

Share

Leave a Reply

Your email address will not be published. Required fields are marked *

eleven + 5 =