ଏଥର ଶସ୍ତାରେ ମିଳିବ ଋଣ

ନୂଆ ଆର୍ଥିକ ବର୍ଷରେ ଅନେକ ନୂଆ ନିୟମ ଲାଗୁ ହେବ । ଏହି ନିୟମ କେତେକଙ୍କୁ ଲାଭ ପଂହଚାଇବାକୁ ଥିବାବେଳେ ଆଉ କେତେଙ୍କ ପାଇଁ ଏହା ବୋଝ ହେବ ।

• ପ୍ରଥମ କଥା ହେଲା ଆୟକରଦାତାଙ୍କୁ ରିହାତି । ସରକାରଙ୍କ ଘୋଷଣା ଅନୁସାରେ ଆୟକରଦାତାଙ୍କୁ ୫ ଲକ୍ଷ ଟଙ୍କା ଯାଏଁ ଆୟ ଟିକସ ମୁକ୍ତ ହୋଇଯିବ । ଟିକସଦାତାଙ୍କୁ ଅନ୍ୟ କେତେକ ସୁବିଧା ବି ମିଳିବ ।

• ସେହିଭଳି ଶସ୍ତା ହେବ ଋଣ । ବ୍ୟାଙ୍କଗୁଡିକ ଏମସିଏଲଆର୍, ମାର୍ଜିନାଲ କଷ୍ଟ ଅଫ ଲେଣ୍ଡିଂ ରେଟ୍ ଅନୁସାରେ ସୁଧହାର ଧାର୍ୟ୍ୟ କରୁଥିବାବେଳେ ରେପୋ ରେଟ୍ ଅନୁସାରେ ସୁଧହାର ଧାର୍ୟ୍ୟ କରିବେ । ଏହାଦ୍ୱାରା ଗୃହଠାରୁ ଆରମ୍ଭ କରି ଗାଡି ଓ ଅନ୍ୟାନ୍ୟ ଋଣ ଶସ୍ତା ହେବ ।

• ଏପ୍ରିଲ ପହିଲାରୁ ଅର୍ଥାତ ଆଜିଠାରୁ ଘର କିଣିବା ବି ଶସ୍ତା ହେବ । ସରକାର ଘର ଉପରେ ଲାଗୁଥିବା ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦେଇଛନ୍ତି । ଏହାଛଡା ଜିଏସଟି ପରିଷଦ ସୁଲଭ ମୂଲ୍ୟର ଗୃହ ପାଇଁ ଜିଏସଟି ହାର ୧ ପ୍ରତିଶତକୁ କମାଇଛନ୍ତି ।

• ଜୀବନ ବୀମା ପିଲିସି ଆଜିଠାରୁ ଶସ୍ତା ହେବାକୁ ଯାଉଛି । ଆଜିଠାରୁ କମ୍ପାନୀଗୁଡିକ ଲୋକଙ୍କ ମୃତ୍ୟୁହାରର ନୂଆ ଅଙ୍କ ପାଳନ କରିବେ । ବୀମା କମ୍ପାନୀଗୁଡିକ ୨୦୦୬-୨୦୦୮ର ତଥ୍ୟକୁ ଲୋକଙ୍କ ମୃତ୍ୟୁହାର ପାଇଁ ବ୍ୟବହାର କରୁଥିବାବେଳେ ଏବେ ଏହା ବଦଳି ୨୦୧୨-୧୪ ହେବ । ୨୦୧୨-୨୦୧୪ର ସାରଣୀ ଅନୁସାରେ ବୀମା କରିଥିବା ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ମୃତ୍ୟୁହାର ୪ରୁ ୧୬ ପ୍ରତିଶତ ହ୍ରାସ ପାଇଛି ।

• ନୂଆ ଆର୍ଥିକ ବର୍ଷରେ ରେଳବାଇର ନୂଆ ନିୟମ ବି ବଦଳିବାକୁ ଯାଉଛି । ଆଜିଠାରୁ ସଂଯୁକ୍ତ ପିଏନଆର ନମ୍ବର ଜାରି ହେବ । କୌଣସି ଯାତ୍ରୀ ଦୁଇଟି ଟ୍ରେନରେ ଯାତ୍ରା କରିବାର ଥିଲେ ସେମାନଙ୍କୁ ସଂଯୁକ୍ତ ପିଏନଆର ମିଳିବ ।

• ସେହିଭଳି ଗାଡି ନିର୍ମାତାଙ୍କ ପାଇଁ ପ୍ଲେଟ ଲଗାଇବା ସଂକ୍ରାନ୍ତ ନୂଆ ନିୟମ ଲାଗୁ ହେବ । ଅର୍ଥାତ ଆଜିଠାରୁ ହାଇ ସିକ୍ୟୁରିଟି ପଞ୍ଜିକରଣ ପ୍ଲେଟ ଦେବା ଜରୁରୀ ।

• ସେହିଭଳି ନୂଆ ଆର୍ଥିକ ବର୍ଷରେ କାର ବି ହେବ ମହଙ୍ଗା । ଆପଣ କାର କିଣିବାକୁ ଚାହୁଁଥିଲେ ଅଧିକ ଟଙ୍କା ଦେବାକୁ ପଡିବ । ନୂଆ ଆର୍ଥିକ ବର୍ଷରୁ କାର ଦାମ ବଢାଇବା ପାଇଁ ବିଭିନ୍ନ କମ୍ପାନୀ ଘୋଷଣା କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × four =