ଓଡ଼ିଶାର ୧୪କୋଲ ବ୍ଲକ୍ ନିଲାମକୁ ମିଳିଲା ଅନୁମତି

ଭୁବନେଶ୍ୱର: ଓଡ଼ିଶାର ୧୪କୋଲ ବ୍ଲକ୍ ନିଲାମକୁ ମିଳିଲା ଅନୁମତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୬୭ଟି କୋଇଲା ଖଣି ନିଲାମ ପାଇଁ ଅନୁମତି ମିଳିଥିବା ସମୟରେ ଏଥିମଧ୍ୟରୁ ଓଡ଼ିଶାର ୧୪ଟି କୋଇଲା ଖଣି ସାମିଲ ରହିଛି। ଏ ନେଇ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି । ତେବେ ଏଥିରେ ମାଛକଟା ଓ ମହାନଦୀ କୋଇଲା ଖଣି, ତେଲି ସାହି,ରାମଚଣ୍ଡୀ ପ୍ରମୋସନ ବ୍ଲକ, ବର୍ତାପ, ବୁରା ପାହାଡ଼, କୋଶଳ ପଶ୍ଚିମ କୋଇଲା ଖଣି, ଅଳକାନନ୍ଦା କୋଲ ବ୍ଲକକୁ ନିଲାମ ପାଇଁ ଅନୁମତି ଦେଇଛି କେନ୍ଦ୍ର । ସେହିପରି ବେଲପାହାଡ଼ ଖଣିର ଗଭୀରକୁ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି ଛତାବର, ତେନ୍ତୁଲୋଇ ଖଣି, ଶରଧାପୁର ଉତ୍ତର, ଫୁଲଝଡ଼ି ଉତ୍ତର ଓ ପଶ୍ଚିମ, କର୍ଦାବାହାଲ-ବ୍ରାହ୍ମଣବିଲ ଖଣିକୁ ନିଲାମ ଅନୁମତି ମିଳିଛି ।

Share

Leave a Reply

Your email address will not be published. Required fields are marked *

seventeen + 7 =