ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ()  ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ମିଳିଛି ଫାଶୀ ଦଣ୍ଡାଦେଶ । ଅନୁଗୋଳ ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି।

ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିବା ବେଳେ ଝିଅଟିକୁ ରାସ୍ତାରେ ଉଠାଇନେଇଥିଲା ଦୋଷୀ ଅନାମ ଦେହୁରୀ । ନିକଟସ୍ଥ ବୁଦାରେ ଦୁଷ୍କର୍ମ ପରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ଏହି କାଣ୍ଡ ଭିଆଇବା ପରେ ଭୟରେ ଅନୁଗୁଳ ଆସି ଢେଙ୍କାନାଳ ଜିଲ୍ଲା ପର୍ଜଂଗ ଆଡ଼କୁ ପଳାଇ ଯାଇଥିଲା ସେଠାରୁ ଏକ ଟ୍ରକ୍ ଯୋଗେ କୋଳକାତା ଚାଲିଯାଇଥିଲା । ଏହି ନାରକୀୟ କାଣ୍ଡକୁ କେନ୍ଦ୍ରକରି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ରାଜନୈତିକ ତଥା ଅଣରାଜନୈତିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଆନ୍ଦୋଳନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

three × 2 =