ସରଳ ହେଲା ସର୍ବକ୍ଷମା ଯୋଜନା

ଭୁବନେଶ୍ବର () ରାଜ୍ୟ ସରକାର ବେଆଇନ ନିର୍ମାଣଗୁଡ଼ିକୁ ବିଧି ବା ନିୟମ ସଙ୍ଗତ କରିବା ପାଇଁ ଏକ ନୂତନ ଯୋଜନା (ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧୯) ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି, ଆଗରୁ ସର୍ବକ୍ଷମା ଯୋଜନାରେ ଆରମ୍ଭ ହୋଇଥିବା (ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧8)ରେ ପରିବର୍ତ୍ତନ ଆଣି ଏହାକୁ ଅଧିକ ସରଳ ଓ ଆକର୍ଷଣୀୟ କରାଯାଇ ଆବେଦନାକରୀଙ୍କ ନିମନ୍ତେ (ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧୯) ନୂତନ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ଉଭୟ ଆବାସିକ ଓ ଅଣଆବାସିକ ବିଲଡିଂ ବର୍ଗରେ ପାର୍କିଂ, ସେଟ୍‌ବ୍ୟାକ୍‌ ଓ ସମୂଳଦେୟ (କମ୍ପାଉଣ୍ଡ ଚାର୍ଜ) ସମ୍ପର୍କିତ ବ୍ୟବସ୍ଥାରେ ବହୁଳ ଭାବରେ କୋହଳ କରାଯାଇଛି । ପୂର୍ବ ନିୟମରେ ସର୍ବକ୍ଷମା ଯୋଜନାକୁ ଆସିବାକୁ ହେଲେ ତିଆରି ହୋଇଥିବା ଆପାର୍ଟମେଣ୍ଟ/ଫ୍ଲାଟ୍‌ ଉଭୟ ଆବାସିକ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଲେ ଜାଗାର ଦୁଇ ତୃତୀୟାଂଶ ଜାଗା ଉଭୟ ପାର୍ଶ୍ବକୁ ଛାଡ଼ିଥିଲେ ଗୃହକୁ ଅନୁମୋଦନ କରାଯାଇପାରୁଥିଲା ।

ମାତ୍ର ନୂତନ ଯୋଜନାରେ ୧୫ ମିଟରୁ ଉଚ୍ଚରୁ କମ୍‌ ଫ୍ଲାଟ୍‌/ଆପାର୍ଟମେଣ୍ଟ ଆବାସ ନିମନ୍ତେ ବ୍ୟବହାର କରାଗଲେ ପ୍ରତ୍ୟେକ ପାର୍ଶ୍ବରୁ ୧.୫ ମିଟର ଜାଗା ଛାଡ଼ିଥିଲେ, ୫୦୦ ବର୍ଗମିଟର ଉର୍ଦ୍ଧ୍ବ ପ୍ଲଟ୍‌ରେ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଲେ ପ୍ରତ୍ୟେକ ପାର୍ଶ୍ବରେ ୧.୫ ମିଟର ଜାଗା ଛାଡ଼ିଥିଲେ, ମଲ୍‌/ସପିଙ୍ଗ୍‌ କମ୍ପ୍ଲେକ୍ସ /ବାଣିଜ୍ୟିକ ଗୃହ (୯ ମିଟରରୁ ଉଚ୍ଚ ଓ ୧୫ ମିଟରରୁ କମ୍‌) କ୍ଷେତ୍ରରେ ଅତିକମ୍‌ରେ ଦୁଇ ପାର୍ଶ୍ବରେ ୩ ମିଟର ଜାଗା ଛାଡ଼ିଥିଲେ (ସମ୍ମୁଖ ପାର୍ଶ୍ବ ବ୍ୟତୀତ), ହୋଟେଲ, ଲଜିଂ, ଗେଷ୍ଟ ହାଉସ୍‌, ଶିକ୍ଷାନୁଷ୍ଠାନ, ବାଣିଜ୍ୟ କାର୍ଯ୍ୟାଳୟ ଓ କ୍ଲିନିକ୍‌ ଆଦି (୧୨ ମିଟରରୁ ଉଚ୍ଚ ଓ ୧୫ ମିଟରରୁ କମ୍‌) ସମ୍ମୁଖ ପାର୍ଶ୍ବ ବ୍ୟତୀତ ଅତିକମ୍‌ରେ ଦୁଇ ପାର୍ଶ୍ବରେ ୩ ମିଟର ଜାଗା ଛାଡ଼ିଥିଲେ, ଅଟ୍ଟାଳିକା (୧୫ ମିଟରରୁ ଉଚ୍ଚ ଓ ୧୮ ମିଟର ପର୍ଯ୍ୟନ୍ତ) କ୍ଷେତ୍ରରେ ସମସ୍ତ ପାର୍ଶ୍ବରେ ୧.୫ ମିଟର ଜାଗା ଛାଡ଼ିଥିଲେ (ସମ୍ମୁଖ ପାର୍ଶ୍ବ ବ୍ୟତୀତ) ଓ ଦୁଇ ପାର୍ଶ୍ବରେ ୪.୫ ମିଟର ଜାଗା ଛାଡ଼ିଥିଲେ, (୧୮ ମିଟରରୁ ଉର୍ଦ୍ଧ୍ବ ଓ ୨୧ ମିଟର ଉଚ୍ଚ) କମ୍‌ ଅଟ୍ଟାଳିକା କ୍ଷେତ୍ରରେ ସମସ୍ତ ପାର୍ଶ୍ବରେ ୪.୫ ମିଟର ଜାଗା ଛାଡ଼ିଥିଲେ ଏବଂ ୨୧ ମିଟରରୁ ଉଚ୍ଚ ଅଟ୍ଟାଳିକା କ୍ଷେତ୍ରରେ ପାଇଁ ସମସ୍ତ ପାର୍ଶ୍ବରେ ୬ ମିଟର ଜାଗା ଛାଡ଼ିଲେ ନୂଆ ଯୋଜନାରେ ଅନୁମୋଦନ ଦିଆଯାଇପାରିବ ।

ପୂର୍ବ ଯୋଜନା ଅନୁସାରେ ଆବାସିକ ଆପାର୍ଟମେଣ୍ଟ କ୍ଷେତ୍ରରେ ଜାଗାର ୫୦ ପ୍ରତିଶତ ପାର୍କିଂ ପାଇଁ ସ୍ଥାନ ଛାଡ଼ ଥିବାବେଳେ, ୨୦୧୯ ଯୋଜନାରେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବ୍ୟବସାୟିକ ବିଲଡିଂ କ୍ଷେତ୍ରରେ ୩୦୦ ବର୍ଗ ମିଟର ମଧ୍ୟରେ ଗୃହ ନିର୍ମିତ ହୋଇଥିଲେ ୨୦୧୮ ନିୟମରେ ପାର୍କିଂ ଆବଶ୍ୟକତାର ୨୫ ପ୍ରତିଶତ ଛାଡ଼ିବା ବାଧ୍ୟତାମୂଳକ ଥିବା ସ୍ଥଳେ ୨୦୧୯ ନିୟମରେ ଏହାକୁ ଶୂନ୍ୟ ପ୍ରତିଶତ କରାଯାଇଛି । ସେହିପରି ପ୍ଲଟ୍‌ ୩୦୦ ରୁ ୫୦୦ ବର୍ଗମିଟର ଥିବା ସ୍ଥଳେ ପାର୍କିଂ ଆବଶ୍ୟକତାର ୫୦ ପ୍ରତିଶତ ପୂର୍ବରୁ ଜାଗା ଛାଡ଼ିବାକୁ ପଡ଼ୁଥିଲା । ମାତ୍ର ୨୦୧୯ ନିୟମରେ ଏହାକୁ ୨୫ ପ୍ରତିଶତ କରାଯାଇଛି । ପ୍ଲଟ୍‌ ୫୦୦ ବର୍ଗମିଟରରୁ ଅଧିକ ହୋଇଥିଲେ ପାର୍କିଂ ଆବଶ୍ୟକତାର ୭୫ ପ୍ରତିଶତ ଛାଡ଼ିବାକୁ ପଡ଼ୁଥିଲା ଓ ୨୦୧୯ ନିୟମରେ ୫୦ ପ୍ରତିଶତ କରାଯାଇଛି ।

ଉଚ୍ଚ ଅଟାଳିକା ପାଇଁ ପାର୍କିଂ ଆବଶ୍ୟକତାର ୭୫ ପ୍ରତିଶତ ଛାଡ଼ କରିବାକୁ ପଡ଼ୁଥିବା ବେଳେ ନୂତନ ନିୟମରେ ୫୦ ପ୍ରତିଶତ ଛାଡ଼ୁଥିଲେ ଅନୁମୋଦନ ଦିଆଯାଇ ପାରିବ । ମାତ୍ର ଏଥି ପାଇଁ ଆବାସିକ ଉନ୍ନୟନ ସଂଘର ସହମତି ଆବଶ୍ୟକ । ମହାନଗରନିଗମ ଅଞ୍ଚଳରେ ବ୍ୟବସାୟିକ ବିଲଡିଂ ପାଇଁ ପୂର୍ବ ନିୟମରେ ପ୍ରତି ବର୍ଗ ମିଟର ପିଛା ପାର୍କିଂ ଡ଼େଫିସିଟି ଚାର୍ଜ ୧୭,୫୦୦ ଟଙ୍କା ନିଆଯାଉଥିଲା । ନୂଆ ନିୟମରେ ଏହାକୁ ୧୦,୦୦୦ ଟଙ୍କାକୁ ହ୍ରାସ କରାଯାଇଛି । ଆବାସିକ ଗୃହ କ୍ଷେତ୍ରରେ ପ୍ରତିବର୍ଗ ମିଟର ପିଛା ୧୦,୦୦୦ ଟଙ୍କା ଥିବାବେଳେ ଏହି ଦେୟକୁ ଅପରିବର୍ତ୍ତିତ ରଖାଯାଇଛି । ପୌରପରିଷଦ ଅଞ୍ଚଳରେ ପୂର୍ବ ନିୟମ ଅନୁସାରେ ଏହି ଦେୟ ଆବାସିକ ଗୃହ କ୍ଷେତ୍ରରେ ପ୍ରତି ବର୍ଗମିଟର ପ୍ରତି ୮୦୦୦ ଟଙ୍କା ଥିଲା । ନୂଆ ନିୟମରେ ଏହାକୁ ଅପରିବର୍ତ୍ତିତ ରଖାଯାଇଛି । ବ୍ୟବସାୟିକ ବିଲଡିଂରେ ପ୍ରତି ବର୍ଗମିଟର ପିଛା ୧୫,୦୦୦ ଟଙ୍କା ଥିବାବେଳେ ଏହାକୁ ନୂଆ ନିୟମ ଅନୁସାରେ ୮,୦୦୦ ଟଙ୍କାକୁ ଖସାଇ ଦିଆଯାଇଛି ।

ଏନଏସି ଅଞ୍ଚଳ ପାଇଁ ଆବାସିକ ଗୃହ ପ୍ରତି ବର୍ଗମିଟର ପିଛା ୬,୦୦୦ ଟଙ୍କା ଥିବାବେଳେ ନୂଆ ନିୟମରେ ମଧ୍ୟ ଏହି ରାଶି ଅପରିବର୍ତ୍ତିତ ରଖାଯାଇଛି । ବ୍ୟବସାୟିକ ଗୃହ କ୍ଷେତ୍ରରେ ୧୩,୦୦୦ ଟଙ୍କା ଥିବାବେଳେ ନୂଆ ନିୟମରେ ଏହାକୁ ୬,୦୦୦ ଟଙ୍କାକୁ ହ୍ରାସ କରାଯାଇଛି । ଗ୍ରାମାଞ୍ଚଳ ଆବାସିକ ଗୃହ ପାଇଁ ପ୍ରତି ବର୍ଗମିଟର ପିଛା ୫,୦୦୦ ଟଙ୍କା ଥିବାବେଳେ ନୂଆ ନିୟମରେ ଅପରିବର୍ତ୍ତିତ ରଖାଯାଇଛି । ବ୍ୟବସାୟିକ ବିଲïବିଲଡିଂରେ ୧୦,୦୦୦ ଟଙ୍କା ଥିବାବେଳେ ଏହାକୁ ନୂଆ ନିୟମରେ ୫,୦୦୦ ଟଙ୍କାକୁ କମାଇ ଦିଆଯାଇଛି । ଆବାସିକ ଗୃହ ବ୍ୟକ୍ତିଗତ ବ୍ୟବହାରକ୍ଷମ ପାଇଁ ଉଦ୍ଦିଷ୍ଟ ଥିଲେ ଏବଂ ନୁମତି ପ୍ରାପ୍ତ ଫ୍ଲୋର ଏରିଆ ରେସିଓ (ଏଫ୍‌ଏଆର୍‌) ମଧ୍ୟରେ ରହିଥିଲେ ପ୍ରତି ବର୍ଗମିଟିର ପିଛା ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ିବ ଓ ବ୍ୟବସାୟିକ ବିଲଡିଂ ପାଇଁ ବର୍ଗମିଟର ପିଛା ୫୦୦ ଟଙ୍କା କିମ୍ବା ବର୍ଗ ମିଟର ପ୍ରତି ବେଞ୍ଚମାର୍କ ଭ୍ୟାଲୁଏସନ୍‌(ବିଏମ୍‌ଭି)ର ୨୫ ପ୍ରତିଶତ  ଦେବାକୁ ପଡ଼ିବ । ଏହି ଯୋଜନା ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Share

Leave a Reply

Your email address will not be published. Required fields are marked *

one × four =