ଏସିରେ ମସ୍ତିସ୍କ କାର୍ଯ୍ୟଧାରା ପ୍ରଭାବିତ ହୁଏ

ଦିନକୁ ଦିନ ତାପମାତ୍ର ବଢ଼ିବାରେ ଲାଗିଛି। ଜଙ୍ଗଲକ୍ଷୟ ଏବଂ ପାରିପାର୍ଶ୍ବିକ ପରିସ୍ଥିତି ଯୋଗୁ ପୂର୍ବାପେକ୍ଷା ଏବେ ଅଧିକ ତାତି ଅନୁଭୂତ ହେଉଛି। ଏଥିରୁ ରକ୍ଷା ପାଇବା ପାଇଁ ଏୟାର କଣ୍ଡିଶନର (ଏସି)ର ବ୍ୟବହାର ବହୁଳ ଭାବରେ କରାଯାଉଛି। ଏଭଳି ଶୀତତାପ ନିୟନ୍ତ୍ରିତ ଘରେ ବସିଗଲେ ବେଶ୍‌ ଆରାମ ଲାଗିଥାଏ। ହେଲେ ଅଧିକାଂଶ ସମୟ ଏଭଳି ରୁମ୍‌ରେ ରହିଲେ ଏହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ବୋଲି ସତର୍କ କରାଇ ଦେଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ। ପ୍ରତିଦିନ ଅଧିକାଂଶ ସମୟ ଏସି ରୁମ୍‌ରେ ରହୁଥିବା କେତେକ ବ୍ୟକ୍ତିଙ୍କୁ ଏହି ଗବେଷଣାର ପରିସରଭୁକ୍ତ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତଙ୍କର ମସ୍ତିଷ୍କ କାର୍ଯ୍ୟଧାରା ପ୍ରଭାବିତ ହୋଇଥିବାର ଜଣାପଡିଥିଲା। ଆଉ ଏହା ପଛରେ ଅଧିକ ସମୟ ଶୀତତାପ ନିୟନ୍ତ୍ରିତ ଘରେ ରହିବା ହିଁ ପ୍ରମୁଖ କାରଣ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଳେଖ କରାଯାଇଛି।

Share

Leave a Reply

Your email address will not be published. Required fields are marked *

eighteen − 2 =