ଗୋଟିଏ ମଞ୍ଚରେ ଦୁଇ ସୁଲତାନ

ଭୁବନେଶ୍ୱର () ପ୍ରଥମ ଥର ପାଇଁ ଓଡିଶା ଆସି ବେଶ ଖୁସି ହୋଇଗଲେ ସଲମାନ ଖାନ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓଡିଶାବାସୀଙ୍କୁ ପ୍ରଂଶସାରେ ପୋତି ଦେଇଛନ୍ତି ସଲମାନ । ଓଡ଼ିଆରେ ମୁଁ ତୁମକୁ ଭଲପାଏ ଓ ଜୟ ଜଗନ୍ନାଥ କହି ସଲୁ କଟକିଆଙ୍କ ମନ କିଣିନେଲେ ।

ବଲିଉଡର ଏହି ବଦଶାହା ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିବା ମାତ୍ରେ ଭାଇଜାନ ଭାଇଜାନ ନାରାରେ କମ୍ପି ଉଠିଥିଲା ପୂରା ଷ୍ଟାଡିୟମ । ଆଉ ଭରପୁର ଷ୍ଟାଡିୟମ ଦେଖି ସଲମାନ ବି ଉତ୍ସାହିତ ହୋଇ ଯାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ବେଶ ପ୍ରସଂଶା କରିବା ସହ ତାଙ୍କ ହାତ ଧରି ଷ୍ଟେଜ ଉପରକୁ ଆଣିଥିଲେ ସଲମାନ । ମୁଖ୍ୟମନ୍ତ୍ରୀ ତାଙ୍କୁ ହକି ବିଶ୍ୱକପର ଏକ ପ୍ରତିକୃତି ଦେଇ ସମ୍ମାନିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

six + 9 =