ନେତା ଯେମିତି କର୍ମୀ ବି ସେମିତି …

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଙ୍କଳ୍ପ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ରାଜ୍ୟବାସୀଙ୍କ ସହ ସବୁବେଳେ କାନ୍ଧରେ କାନ୍ଧ ମିଶାଇ ଚାଲିଛି ବିଜେଡି । ବିଜେଡ଼ି ସୁପ୍ରିମୋଙ୍କ ବାର୍ତ୍ତାକୁ ନେଇ ବର୍ଷା, ପବନ ଓ କରୋନାକୁ ଖାତିର ନକରି ଜନସେବାରେ ଳାଗିପଡିଛି ପୁରା ଶାସକ ଦଳ । ଆଉ ଗ୍ରାଉଣ୍ଡରେ ଯାହାର ନେତୃତ୍ୱ ନେଉଛନ୍ତି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ।

ବାତ୍ୟା ୟାସ୍ ପ୍ରଭାବିତ ଜିଲ୍ଳାଗୁଡ଼ିକୁ ଘନଘନ ଗସ୍ତ କରି ସ୍ଥାନୀୟ ବିଧାୟକ, ନେତା ଓ କର୍ମୀଙ୍କକ ସହ ଆଲୋଚନା କରି ଦାୟିତ୍ୟ ବଣ୍ଟନ କରୁଛନ୍ତି । ବାତ୍ୟା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା ଆଉ ଏବେ ଦୁର୍ଦ୍ଦିନରେ ଥିବା ଲୋକଙ୍କ ପାଖରେ ପହଁଚୁଛିନ୍ତି । ପ୍ରଶାସନର ସହଯୋଗରେ ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଥିବା ଲମ୍ବା ବ୍ଲୁପ୍ରିଣ୍ଟକୁ କାର୍ଯ୍ୟକାରୀ କରିଛନ୍ତି। ପ୍ରଥମ ଫୋକସରେ ରହିଥିଲା ଲୋକମାନଙ୍କୁ କିପରି ଏହି ମହାମାରୀ ସମ୍ପର୍କରେ ବୁଝାସୁଝା କରି ନିରାପଦ ସ୍ଥାନକୁ ସ୍ଥାନାସ୍ତରିତ କରିବା । ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କା ଘରକୁ ନେବା । ଆଉ ସେଠାରେ କେମିତି ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହାର ଘନଘନ ସମୀକ୍ଷା କରିଥିଲେ ପ୍ରଣବ ପ୍ରକାଶ । ଶାସକ ଦଳର ନେତା ଓ କର୍ମୀଙ୍କ ବାତ୍ୟା ୟାସର ମୁକାବିଲା ପାଇଁ ଅଧିକରୁ ଅଧିକ ସାମିଲ କରି ଜନସେବାରେ ସେ ଲଗାଇଛନ୍ତି । ଗତ ୫ ଦିନ ହେବ ଦିନ ରାତି ଏକ କରି ବିଜେଡ଼ି ପ୍ରଣବ ଗ୍ରାଉଣ୍ଡରେ କାମ କରିଚାଲିଛନ୍ତି ।

ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରପଡ଼ା, ଜଗତସିଂହପୁର ଜିଲ୍ଲାକୁ ତୋଫାନି ଗସ୍ତ କରି ପୁରା ବିଜେଡ଼ିକୁ ମୁକାବିଲାରେ ସାମିଲ କରାଇ ଲୋକଙ୍କକୁ ସଚେତନ କରିବା ସହ ନିରାପଦ ସ୍ଥାନକୁ ସ୍ଥାନାସ୍ତରିତ କରିଥିଲେ । ବାତ୍ୟାର ପୂର୍ବ ପ୍ରସ୍ତୁତି ଓ ପର ମୁକାବିଲା ନେଇ ବିଜେଡ଼ି ବିଧାୟକ , ନେତା ଓ କର୍ମୀଙ୍କୁ ଅବଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା ରଣନୀତି ସଫଳ କରିବା ପାଇଁ ପ୍ରଣବ ସବୁକିଛି ଭୂଲି ଯାଇଥିଲେ । ଏହାସହ ବିଭିନ୍ନ ତଳିଆ ଅଂଚଳରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କ ସହ ପୁରା ସରକାରୀ କଳ ଓ ବିଜେଡ଼ି ରହିଛି ସେ ସାହସ ଦେଇଛନ୍ତି ।

ସବୁବେଳେ ଜନସେବାକୁ ଜୀବନର ମୂଳମନ୍ତ୍ର କରିଥିବା ପ୍ରଣବ ମହାମାରୀ କରୋନା ଓ ଏବେ ୟାସ ବାତ୍ୟାବେଳେ ଯେପରି ଗ୍ରାଉଣ୍ଡକୁ ଯାଇ ଲୋକସେବାରେ ଲାଗିଛନ୍ତି ତାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ବିପଦ ସମୟରେ ଲୋକଙ୍କକ ସହ ସାମିଲ ହୋଇ ସେମାନଙ୍କ ସୁଖ ଦୁଃଖର ସାଥି ହେବାକୁ ପ୍ରଣବ ନେତା ଓ କର୍ମୀଙ୍କୁ କହିବା ସହ ନେତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହା ନେତାଏ ସଠିକ ଭାବେ କରୁଛନ୍ତି କି ନାହିଁ ତାହାର ସମୀକ୍ଷା କରି ତାଗିତ ମଧ୍ୟ କରୁଛନ୍ତି ।
ବାତ୍ୟାର ପ୍ରକୋପ କମୁକମୁ ମଧ୍ୟ କାମରେ ଲାଗିପଡିଛନ୍ତି ପ୍ରଣବ ଓ ତାଙ୍କ ଟିମ । ଗତକାଲି ୟସ ଲ୍ୟାଣଫଲର ମାତ୍ର କେଇ ଘଣ୍ଟା ମଧ୍ୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ଚାନ୍ଦିପୁର ଯାଇ ସାମୀକ୍ଷା କରିଥିଲେ । ଆଜି ମଧ୍ୟ ସବୁଠାରୁ ଅଧିକ ପ୍ରଭାବିତ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେହିପରି ଆଜି ମୟୂରଭଞ୍ଜ ଜିଲ୍ଲାର ବାତ୍ୟା ୟାସ ପୀଡିତ ଗରିବ ଲୋକ ନିକଟରେ ପହଞ୍ଚିଛନ୍ତି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ। ବାରିପଦାରେ ବୁଢ଼ାବଳଙ୍ଗ ତଳ ବର୍ତ୍ତି ସ୍ଥାନକୁ ଯାଇ ଲୋକମାନଙ୍କ ସହିତ ବାତ୍ୟା ସମୟର ଦୁଃଖ ଦୁର୍ଦଶା ବୁଝିଥିଲେ। ବିଜେଡି କର୍ମକର୍ତ୍ତାଙ୍କ ସହିତ ବାତ୍ୟା ୟାସ ପରବର୍ତ୍ତୀ ସ୍ଥିତି ସମୀକ୍ଷା ସହିତ ବାତ୍ୟାଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି। ମଧୁବନ ତଳ ସାହି ବସ୍ତିର ଶତାଧିକ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ଚାଉଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସଙ୍କ ସହିତ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜ୍ୟ କୃଷି ନିଗନ ଅଧକ୍ଷ ଦେବାଶିଷ ମହାନ୍ତି, ଦେବାଶିଷ ମାରାଣ୍ଡି, କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ ଯୁବ ବିଜେଡି ଉପସଭାପତି ଛବି ମହାଳୀ, ମୟୂରଭଞ୍ଜ ଜିଲ୍ଲାର ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ଉପସ୍ଥିତ ଥିଲେ।

ୟସ୍ ବାତ୍ୟା ପ୍ରବାଭିତ ଜିଲ୍ଲା ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତ କରି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ନେତୃତ୍ବ ନେଇଛନ୍ତି। ଉଭୟ ପ୍ରଥମେ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରି ୟସ୍ ବାତ୍ୟା ପ୍ରଭାବିତ ସମସ୍ତ ଅଂଚଳ ଗୁଡ଼ିକୁ ପରିଦର୍ଶନ କରିବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ।

Share

Leave a Reply

Your email address will not be published. Required fields are marked *

3 × five =