ଆକାଶ ମାର୍ଗରୁ ଆସିଲା ଭୟଙ୍କର ଶଦ୍ଧ, ଦୋହଲିଲା ଘର

ଜଳେଶ୍ୱର () ଆକାଶ ମାର୍ଗରୁ ଶୁଭିଲା ଭୟଙ୍କର ଶଦ୍ଧ । ଆଉ ଏହି ଶଦ୍ଧରେ ଦୋହଲିଗଲା ଘରଦ୍ୱାର, ଝରକା ଓ କବାଟ । କେହି କିଛି ଜାଣିପାରିଲେ ନାହିଁ । ଚାରିଆଡକୁ ଚାହିଁଲେ । କିନ୍ତୁ କଣ ପାଇଁ ଏହା ହେଲା ତାର କୌଣସି ଚିହ୍ନବର୍ଣ୍ଣ ବି ମିଳିଲା ନାହିଁ । ଏହି ଘଟଣା ଘଟିଛି ଜଳେଶ୍ୱର ବସ୍ତା ଅଂଚଳରେ ଅପରାହ୍ନ ୩ଟାରୁ ସାଢେ ୩ଟା ମଧ୍ୟରେ ତାପରେ ସବୁ ଠିକଠାକ । ଏହାର କାରଣ ଏବେ ଖୋଜା ଚାଲିଛି । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ କିଛି ଜଣାପଡିନାହିଁ । ତେବେ ପ୍ରତିରକ୍ଷା ବିଭାଗର କିଛି ପରୀକ୍ଷଣ ଯୋଗୁ ଏଭଳି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ହେଲେ ଲୋକଙ୍କ ମନରୁ ଆତଙ୍କ ଓ ଆଶଙ୍କା ଦୂର ହୋଇନାହିଁ ଏବେ ବି ସେମାନେ ଆତଙ୍କର କଳା ବାଦଲ ତଳେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × two =