ଶନିବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ–ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ । କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ବିଶେଷ ଫାଇଦା ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ମାମଲାରେ ଦିନଟି ଠିକ୍ଠାକ୍ ରହିବ । ପ୍ରେମରେ ସଫଳତା ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ବୃଷ – ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚା ରହିବ । ସାମାଜିକ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବ୍ୟବସାୟରେ ଉନ୍ନତି ସହ ପାରିବାରିକ ସ୍ତରରେ ଧନ ବୃଦ୍ଧି ହେବ । ଛାତ୍ରଙ୍କ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ମିଥୁନ -ଦିନଟି ଆବେଗ ଭରା ରହିବ । ମନ ଚାହୁଁଥିବା କଂପାନିରେ ଚାକିରି ମିଳିବା ହେତୁ ଖୁସି ହେବେ । ବନ୍ଧୁଙ୍କ ସହିତ ସମ୍ବନ୍ଧ ବଢିଆ ରହିବ । ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହୋଇପାରେ । ଛାତ୍ରୀଙ୍କୁ ପରିଶ୍ରମର ବଢିଆ ପରିଣାମ ମିଳିବ ।ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୨ ।

କର୍କଟ–କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେତୁ ପୀଡା ଦୂର ହେବ । ଆପଣଙ୍କ ପରିଶ୍ରମର ଉଚିତ୍ ପରିଣାମ ପ୍ରାପ୍ତ କରିବେ । ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ସିଂହ – ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ସଫଳତା ଓ ଉଚ୍ଚପଦ ମିଳିବାର ଯୋଗ ରହିଛି । ଅନ୍ୟମାନଙ୍କ ସହିତ ଆପଣଙ୍କର ବଢିଆ ତାଳମେଳ ହେତୁ କାର୍ଯ୍ୟରେ ସଫଳତା ପାଇବେ । ଛାତ୍ରଙ୍କର ପାଠପଢାରେ ପଦର୍ଶନ ଉତ୍ତମ ପାଇଁ ଚେଷ୍ଟା କରିବେ । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୧ ।

କନ୍ୟା – କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିବା ହେତୁ ଟିକେ ବ୍ୟଥିତ ହେବେ । ପଇସା ନେଣେ ଦେଣେରେ ନିବୃତ୍ତ ରୁହନ୍ତୁ । ପରିବାର ଲୋକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରି ପାରନ୍ତି । ସୁଷମ ଖାଦ୍ୟ ଭୋଜନ କରନ୍ତୁ । ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୯ ।

ତୁଳା- ଆଜି ଆପଣଙ୍କର ବଡରୁ ବଡ କାର୍ଯ୍ୟ ହୋଇଯିବ । ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢିବ । ଆର୍ଥିକ ରୂପେ ଆପଣଙ୍କୁ ମାତା ପିତାଙ୍କ ସାହାର୍ଯ୍ୟ ମିଳିବ । ଅଫିସରେ ଆପଣଙ୍କର ସମସ୍ତଙ୍କ ସହିତ ବଢିଆ ତାଳମେଳ ରହିବ ।ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୭ ।

ବିଛା – କାରବାରରେ ଆପଣଙ୍କୁ ଲାଭ ହିଁ ଲାଭ ହେବ । ଚାକିରିଆଙ୍କୁ ଭଲ ଖବର ମିଳିପାରେ । ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ । ରାଜନୀତିରେ ସଫଳତା ପାଇବେ । ଆପଣଙ୍କର ପ୍ରେମ ସମ୍ବନ୍ଦ ମଜଭୁତ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ଧନୁ – ପୂର୍ବରୁ କରିଥିବା କାମରେ ଆଜି ଆପଣଙ୍କୁ ଲାଭ ମିଳିବ । କାରବାର ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡିପାରେ । କବିମାନେ ନୂଆ କବିତା ରଚନା କରିବେ । ପରିବାରରେ ଖୁସିର ମାହୋଲ ରହିବ । ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଫଳ ପ୍ରାପ୍ତ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମକର – କୌଣସି କାମକୁ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ପରିବାରର ବଡ ଫଇସଲା ନେବା ପୂର୍ବରୁ ସମସ୍ତଙ୍କ କଥା ଶୁଣନ୍ତୁ । ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ । ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କୁମ୍ଭ – ନିଜକୁ ସୁସ୍ଥ ସବଳ ଅନୁଭବ କରିବେ । ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ । ଆପଣଙ୍କୁ କୌଣସି ମହିଳା ମିତ୍ରଙ୍କ ସହ-ଯୋଗ ମିଳିପାରେ । କାନୁନ ବିବାଦ ସମାପ୍ତ କରିବାରେ ସଫଳତା ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ମୀନ – ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ । ଆପଣଙ୍କ କଳ୍ପନା ଶକ୍ତିରେ ଆପଣଙ୍କୁ ଲକ୍ଷ୍ୟ ମିଳିବ । ପ୍ରତିଷ୍ଠା ବଢିବ ଏବଂ କାରବାରରେ ଉନ୍ନତି ହେବ । ପାରିବାରିକ ସମ୍ବନ୍ଧ ମଜବୁତ କରିବାକୁ ଚେଷ୍ଟା କରିବେ । ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ । ଶୁଭ ରଙ୍ଗ ହଳଦିଆ । ଶୁଭ ଅଙ୍କ ୭ ।

Share

Leave a Reply

Your email address will not be published. Required fields are marked *

one × two =