କୋର୍ଟଙ୍କ ରାୟ ପରେ ବଡ଼ଦାଣ୍ଡରେ ରଥଯାତ୍ରା ସମ୍ଭବ ନୁହେଁ

ପୁରୀ() ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବ । କିନ୍ତୁ ସୁପ୍ରିମକୋର୍ଟ ଯାହା ରାୟ ଶୁଣାଇଛନ୍ତି ସମସ୍ତେ ତାହା ମାନିବାକୁ ବାଧ୍ୟ । କୋଭିଡ଼ ପରିସ୍ଥିତିରେ ରଥଯାତ୍ରା ସମ୍ଭବ ହେବନାହିଁ । କୋର୍ଟଙ୍କ ରାୟ ପରେ ବଡ଼ଦାଣ୍ଡରେ ରଥଯାତ୍ରା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ମନ୍ଦିର ଭିତରେ ରଥଯାତ୍ରା ନେଇ କଣ ନୀତିକାନ୍ତି କରାଯିବ ସେନେଇ ଆଲୋଚନା କରାଯିବ । ଶଙ୍କରାଚାର୍ଯ୍ୟ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ନୀତିକାନ୍ତି ସ୍ଥିର ହେବ । ଏଥିସହିତ ପରିଚାଳନା କମିଟିରେ କୋର୍ଟଙ୍କ ରାୟକୁ ନେଇ ଆଲୋଚନା କରାଯିବ ।

Share

Leave a Reply

Your email address will not be published. Required fields are marked *

17 + 14 =