ଟ୍ରେନ ବଗି ଲାଇନ୍ ଚ୍ୟୁତ

ଭଦ୍ରକ: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ୧୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି ।ଖାଲିଥିବା ଟ୍ରେନଟି ଧାମରା ଅଭିମୁଖେ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଛି । ଖାଲି ଟ୍ରେନ୍ ରେ ମୋଟ୍ ୬୦ଟି ବଗି ଥିବା ସୂଚନା ମିଳିଛି । ଏଥିମଧ୍ୟରୁ ୧୩ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ବର୍ତ୍ତମାନ ରେଳବାଇର ଏକ ସ୍ବତନ୍ତ୍ର ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 5 =