ଭାଗ୍ୟ ନେଲା ୟୁ-ଟର୍ଣ୍ଣ : ଦିନ ମଜୁରିଆରୁ ଜେଏନୟୁ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ () ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ଛିଡା କରିବ କେହି କେବେ ଚିନ୍ତା କରିପାରିବେ ନାହିଁ । କଳାହାଣ୍ଡି ଜିଲ୍ଲାର ଦିନ ମଜୁରିଆ ଜିତେନ୍ଦ୍ର ସୁନାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଦିନେ ସେ ମନରେଗାରେ ମଜୁରିଆ ଭାବେ କାମ କରିବା ସହ ଏକ ଗ୍ୟାସ କାରଖାନାରେ ମଧ୍ୟ କାମ କରୁଥିଲା । ଏବେ ସେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛି ।

2009ରେ ସେ ଜେଏନୟିରେ ଯୋଗ ଦେବା ପୂର୍ବରୁ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଗ୍ୟାସ ଲିମିଟେଡରେ କାମ କରୁଥିଲା । ସେଠାରେ ସେ ଗ୍ୟାସ ପାଇପ ଲାଇନ ଫିଟିଂ କରିବା ସହ ଷ୍ଟୋଭ ତିଆରି କରୁଥିଲା ଏବଂ ରାସ୍ତା ଖୋଳୁଥିଲା । କିନ୍ତୁ ହଠାତ ତା ଭାଗ୍ୟ ୟୁ ଟର୍ଣ୍ଣ ନେଲା । 10 ବର୍ଷ ପରେ ସେ ବିର୍ଶା ଆମ୍ବେଦକର ଫୁଲେ ଷ୍ଟୁଡେଣ୍ଟ ୟୁନିୟନ (ବିଏପିଏସଏ)ରୁ ଜେଏନୟୁରେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିାକୁ ଓହ୍ଲାଇଛି ।

ଓଡିଶାର ଅନ୍ୟତମ ପଛୁଆ ଜିଲ୍ଲା କଳାହାଣ୍ଡିର ପୌରକେଲା ଗାଁରେ ଜନ୍ମଗ୍ରହଣ କରିଥିବା ସୁନା ତାର ପ୍ରାରମ୍ଭିକ ଜୀବନରେ ଦିନ ମଜୁରିଆ ଭାବେ କାମ କରୁଥିଲା । ତା ବାପା କୃଷି ଶ୍ରମିକ ଭାବେ ଏବଂ ମା ପରିବା ବ୍ୟବସାୟ କରୁଥିଲେ । ସେ ଅଷ୍ଟମରେ ପଢୁଥିବା ବେଳେ ତା ମାଙ୍କ ମୃତ୍ୟୁ ହୋଇଯାଇଥିଲା । ଗୁଜୁରାଣ ପାଇଁ ସେ ଚାଷ ଜମିରେ କାମ କରି ଦିନକୁ 30ରୁ 40 ଟଙ୍କା ରୋଜଗାର କରୁଥିଲା । ମନରେଗାରେ ସେ ପୋଖରୀ ଓ ରାସ୍ତା କାମ ବି କରିଛି । ସେଥିରେ ସେ ଦିନକୁ 100ରୁ 150 ଟଙ୍କା ପାଉଥିଲା ।

ପାଠ ପଢା ସେ ରୋଜଗାର ପାଇଁ ମଜୁରି କରୁଥିଲା । ଅଧିକ ରୋଜଗାର ପାଇଁ ସେ ଦିଲ୍ଲୀ ପଳେଇଥିଲା । ସେଠାରେ ତା ଭାଇ ଆଇଜିଏଲରେ କାମ କରୁଥିଲା । ସେ ମଧ୍ୟ ସେଠାରେ କାମ କଲା । ସେଠାରେ ସେ ମାସକୁ 3500 ଟଙ୍କା ରୋଜଗାର କରୁଥିଲା । ତାହା ଯଥେଷ୍ଟ ନଥିବାରୁ ସେ ନିଜ ଗାଁକୁ ଫେରିଆସି ସ୍ନାତକ ପାଠ୍ୟକ୍ରମ ସାରିବାକୁ ନିଷ୍ପତ୍ତି ନେଲା । ସ୍ନାତକ ପରେ ସେ ମାଗଣା ୟୁପିଏସସି ତାଲିମ ପାଇଁ ନାଗପୁର ଗଲା ।

ସେଠାରେ ପାଠ ପଢିବା ସମୟରେ ସେ ଅନୁଭବ କଲା ଯେ, ସେ ଆମ୍ବେଦକରଙ୍କ ନୀତି ଓ ବୁଦ୍ଧବାଣୀ ଉପରେ ପାଠ ପଢୁଛି । ସେଠାରେ ସେ ଜାତି ଓ ଅସ୍ପୃଶ୍ୟତା ବାବଦରେ ଅନେକ କିଛି ଜ୍ଞାନ ଅର୍ଜନ କଲା । ତେଣୁ ସେ ଦଳିତ ଇତିହାସ ଲେଖିବାକୁ ଇତିହାସ ପାଠ ପଢିବାକୁ ନିଷ୍ପତ୍ତି ନେଲା । ପାଠ ପଢା ସମୟରେ ସେ ଜେଏନୟୁର ଛାତ୍ରଙ୍କୁ ଭେଟିଲା ଏବଂ ଜେଏନୟୁରେ ଏମଏ ପଢିବାକୁ ପ୍ରବେଶିକା ପରୀକ୍ଷା ଦେଲା । ସେ 2013ରେ ବିଶ୍ବବିଦ୍ୟାଳୟରେ ନାଁ ଲେଖାଇଲା । ସେଠାରେ ଇତିହାସରେ ଏମଏ କରି ଏବେ ଏମଫିଲ କରୁଛି । ଏବେ ଜେଏନୟୁର ଏକ ପିଏଚଡି ଛାତ୍ର ଭାବେ ସେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରତିନିଧିତ୍ବ କରି ବିଏପିଏସଏ ତରଫରୁ ସଭାପତି ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଛି ।

Share

Leave a Reply

Your email address will not be published. Required fields are marked *

6 + nine =