ମହଙ୍ଗା ଭତ୍ତା ପରେ କମିଲା ଜିପିଏଫର ସୁଧ ହାର

କରୋନା ଭାଇରସ ନେଇ ଲକ ଡାଉନ ସମୟରେ ଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖରାପ ସୂଚନା ଆସିଛି । ନିକଟରେ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ବା ଡ଼ିଏକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଟଳାଯିବା ପରେ କେନ୍ଦ୍ର ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫର ସୁଧ ହାର ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ନୂଆ ସୁଧ ହାର ବାବଦରେ ପୂର୍ବରୁ ଅଧିସୂଚନା ଦିଆ ଯାଇସାରିଛି | ମିଳିଥିବା ସୂଚନା ଅନୁଯାୟୀ ୧ ଏପ୍ରିଲ ୨୦୨୦ ତାରିଖରୁ ୩୦ ଜୁନ ୨୦୨୦ ତାରିଖ ପର୍ଯ୍ୟନ୍ତର ସମୟ ପାଇଁ ଜିପିଏଫ ଉପରେ ୭.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ । ଯେବେକି ପୂର୍ଵ ତ୍ରୟମାସିକ ଗୁଡିକରେ ଏହା ଉପରେ ୭.୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଥିଲା ।

 

Share

Leave a Reply

Your email address will not be published. Required fields are marked *

19 + ten =