ଆଜି ସନ୍ଧ୍ୟା ୬ରୁ ୬ଟା ୨ ଯାଏ ବନ୍ଦ ରହିବ ଟ୍ରାଫିକ୍‌

ଭୁବନେଶ୍ବର() ମହାମାରୀ କୋଭିଡ୍‌ ସାରା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏ ସଂକଟ କାଳରେ ଆମ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗର ପଟାନ୍ତର ନାହିଁ । ସେମାନଙ୍କ ସେବାରୁ ଆମ ରାଜ୍ୟରେ ମୃତ୍ୟୁହାର କମ୍‌ ରହିଛି । ଆସନ୍ତୁ ଏହି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ଆମେ ସାଢ଼େ ୪ କୋଟି ଓଡ଼ିଆ ସମ୍ମାନ ଜଣାଇବା । ଆଜି (ବୁଧବାର) ସନ୍ଧ୍ୟା ୬ଟାରେ ସେମାନଙ୍କ ପାଇଁ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବା ।ସବୁ ଓଡ଼ିଆଙ୍କୁ ଏମିତି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ଅବା ବାହାରେ ଯିଏ ଯେଉଁଠାରେ ଥାଆନ୍ତୁ ସେଠାରେ ଠିଆହୋଇ କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ସେ ଅପିଲ୍‌ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି ।

ଏହିକ୍ରମେ ଆଜି ଟ୍ବିନ ସିଟିରେ ଦୁଇ ମିନିଟ୍‌ ପାଇଁ ବନ୍ଦ ରହିବ ଟ୍ରାଫିକ୍‌। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍‌ ଯାଏ ବନ୍ଦ ରହିବ ଟ୍ରାଫିକ୍‌ । କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ନିରବ ପ୍ରାର୍ଥନା କରାଯିବ। ଏନେଇ ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

Share

Leave a Reply

Your email address will not be published. Required fields are marked *

13 − thirteen =