ଆଉ ୧୩୩୭ କରୋନା ପଜିଟିଭ, ଗଞ୍ଜାମରୁ ୨୦୧

ଭୁବନେଶ୍ବର() ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୦୧୮ କୁ ବୃଦ୍ଧି କରିଛି । ପୁଣି କରୋନାରେ ୯ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଗଞ୍ଜାମରୁ ୨୦୧, ଖୋର୍ଦ୍ଧାରୁ ୧୯୬, କଟକରୁ ୧୬୮, ସୁନ୍ଦରଗଡ଼ରୁ ୮୩, କେନ୍ଦୁଝରରୁ ୮୦, ଗଜପତିରୁ ୭୫, ପୁରୀରୁ ୭୩, ସମ୍ବଲପୁରରୁ ୭୨, ନୟାଗଡ଼ରୁ ୬୦, ମାଲକାନଗିରିରୁ ୩୮, କେନ୍ଦ୍ରାପଡ଼ାରୁ ୩୭, ବାଲେଶ୍ୱରରୁ ୩୧, କୋରାପୁଟରୁ ୩୧, ଯାଜପୁରରୁ ୨୪,ଭଦ୍ରକରୁ ୨୨,ରାୟଗଡ଼ାରୁ ୨୨, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୨୦, ମୟୁରଭଞ୍ଜରୁ ୧୫, ବରଗଡ଼ରୁ ୧୪, କଳାହାଣ୍ଡିରୁ ୧୩, ବଲାଙ୍ଗୀରରୁ ୧୧, ଝାରସୁଗୁଡ଼ାରୁ ୧୦, ନବରଙ୍ଗପୁରରୁ ୭, ଢ଼େଙ୍କାନାଳରୁ ୫, ଅନୁଗୁଳରୁ ୪, ସୋନପୁରରୁ ୩, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × five =