ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ବାହାର ରାଜ୍ୟରେ ରୋଡ଼ ସୋ ବହୁତ ଜରୁରୀ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବହୁ କ୍ଷତିର ସମ୍ମୁଖିନ ହୋଇଛି । ଲକ୍ ଡ଼ାଉନ ପରେ ଏହି କ୍ଷେତ୍ରକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ କିଭଳି ଆକୃଷ୍ଟ କରାଯିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର କେତେକ ଗଠନ ମୂଳକ ପ୍ରସ୍ତାବ ରଖିଥିଲେ । ସେଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ନିଗମ ଅଧିନରେ କାର୍ଯ୍ୟକାରୀ ହେଉଥିବା କେତେକ ଅନ୍ତଃକରଣ ନିର୍ମାଣ ନିମନ୍ତେ ଦକ୍ଷ ବୈଷୟିକ ଟିମ୍ ର ଅଭାବ ରହିଥିବା ସେ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ବାହାର ରାଜ୍ୟରେ ରୋଡ଼ ସୋ ବହୁତ ଜରୁରୀ ଥିବା ବିଭାଗୀୟ ଶାସନ ସଚିବ ବିଶାଲ ଦେବ ପରାମର୍ଶ ଦେଇଥିଲେ ।

ଏକ ଉତ୍ସର୍ଗୀକୃତ ହେଲ୍ପ ଲାଇନ କାର୍ଯ୍ୟକାରୀ କରାଯିବା, ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଉପଯୁକ୍ତ ଫଳକ ଲଗାଇବା, କରାଭାନ ଟୁର, ପ୍ୟାକେଜ ଟୁର ପ୍ରଭୃତିର ପ୍ରଚଳନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ କ୍ଷେତ୍ରକୁ ସୁଚାର କରିବା ପାଇଁ ବ୍ୟାପକ ପ୍ରସ୍ତୁତି ର ଆବଶ୍ୟକତା ହେତୁ ପ୍ରଗତୀଶୀଳ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିବା ସହ ଲକ୍ ଡ଼ାଉନ ସମୟ ମଧ୍ୟରେ କେତେକ ପୁନଃଉଦ୍ଧାର କାର୍ଯ୍ୟ ଶେଷ କରିବାକୁ କହିଥିଲେ ।

Share

Leave a Reply

Your email address will not be published. Required fields are marked *

four × five =