ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଆଦିବାସୀ ମେଳା

ଆଜିଠୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ରାଜଧାନୀବାସୀ ଦେଖିବାକୁ ପାଇବେ ଆଦିବାସୀ ଗାଁର ଝଲକ । ଗାଁ ପରିବେଶର ନିଚ୍ଛକ ଅବିକଳ ଚିତ୍ର ଦେଖିବା ସହ ଆଦିବାସୀମାନଙ୍କ ଦୈନନ୍ଦିନ ଜୀବନ ଓ ଜୀବିକା ମଧ୍ୟ ଦେଖିବାକୁ ମିଳିବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଝାଟି ମାଟି କୁଡ଼ିଆର ମହକରେ ବାସୁଛି ଭୁବନେଶ୍ୱର ।
ଚଳିତ ବର୍ଷ ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ସାଜିବ ୧୦ ଟି ଜନଜାତିଙ୍କ ଘର। ଏହି ମେଳା ରାଜ୍ୟ ତଥା ଦେଶର ବିଭିନ୍ନ ଭାଗର ଆଦିବାସୀ ବର୍ଗର ଲୋକମାନଙ୍କୁ ନିଜର ପାରମ୍ପରିକ ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରିବାର ପ୍ଲାଟଫର୍ମ ଦେଇଥାଏ । ସେଥିପାଇଁ ଆଦିବାସୀ ସାମଗ୍ରୀ ବିକ୍ରିବଟା ଲାଗି ପାଖାପାଖି ୩୦୦ ରୁ ଅଧିକ ଷ୍ଟଲ ପଡ଼ିବାର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର‌୍ୟ୍ୟନ୍ତ ଚାଲିବ ଏହି ମେଳା ।

Share

Leave a Reply

Your email address will not be published. Required fields are marked *

20 − three =