ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜିର ନିରନ୍ତର ପରିବହନ ଯୋଗାଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ ()କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସର୍ବଭାରତୀୟ ପରିବହନ ସଂଘର ପ୍ରତିନିଧି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ଅବସରରେ ଦେଶରେ ପେଟ୍ରୋଲିୟମ ଉତ୍ପାଦ ଓ ଏଲପିଜିର ନିରନ୍ତର ପରିବହନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଲକ୍ ଡାଉନ ଭଳି ଜରୁରୀକାଳୀନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ସଠିକ୍ ଭାବରେ ପହଁଚାଯାଉଥିବାରୁ ପରିବହନ ସଂଘର କର୍ମଚାରୀ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ପେଟ୍ରୋଲିୟମ ଉତ୍ପାଦ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଏବେ ପାଇପଲାଇନ ଏବଂ ଜାତୀୟ ରାଜପଥ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଭଳି ସମୟରେ ଗାଡିଚାଳକ ମାନେ ଦେଶର କୋଣ ଅନୁକୋଣରେ ଖାଦ୍ୟ ସାମଗ୍ରୀ ସମେତ ଅନ୍ୟ ପେଟ୍ରୋଲିୟମ ଓ ଏଲପିଜି ଯୋଗାଣକୁ ସୁନିଶ୍ଚିତ କରିଛନ୍ତି । ପରିବହନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଦୃରଦୃଷ୍ଟି ଓ ଅଭିନବ ପଦକ୍ଷେପ ପ୍ରଶଂସନୀୟ । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ ଆମେରିକା ରାଷ୍ଟ୍ରପତି ଦେଶର ଲୋକଙ୍କୁ ଧ୍ୟାନ ଦେବା ପରିବର୍ତେ ଅର୍ଥନୀତିକୁ ଧ୍ୟାନ ଦେଲେ । ମାତ୍ର ଦେଶରେ ପ୍ରଧାନମନ୍ତ୍ରୀ ମୋଦି ବିକାଶଶୀଳ ରାଷ୍ଟ୍ର ଭାରତରେ ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦେଲେ । ଏହି କାରଣରୁ ଆଜି ଭାରତରେ କରୋନା ସଂକ୍ରମିତ ସଂଖ୍ୟା କମ ଓ ଆମେରିକାରେ କୋରନା ମୃତ୍ୟୁଙ୍କ ସଂଖ୍ୟା ଅଧିକ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଲକ୍ ଡାଉନ୍ କରିବା ପରେ ପରେ ସଙ୍ଗେ ସଙ୍ଗେ ଗରିବଙ୍କ ଖାଦ୍ୟ କଥା ଚିନ୍ତା କଲେ ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଘୋଷଣା କଲେ । ଆଜି ଦେଶରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କର ଆତ୍ମବିଶ୍ୱାସ ବଢିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ କରୋନା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ସହ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଏବଂ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ ଶ୍ରୀ ପ୍ରଧାନ ଗାଡି ଚାଳକଙ୍କ ସୁରକ୍ଷା ଓ ନିରାପତା ଉପରେ ମଧ୍ୟ କଥା ହୋଇଥିଲେ ।

ଏତଦବ୍ୟତିତ କରୋନା ସଂକ୍ରମଣକୁ ଦୂର କରିବା ତଥା ଗାଡି ସଫା କରିବାକୁ ବିଭିନ୍ନ ପେଟ୍ରୋଲ ପମ୍ପ ପାଖରେ ସ୍ୱୟଂଚାଳିତ ସ୍ୱଚ୍ଛତା କେନ୍ଦ୍ର ଖୋଲିବା ପାଇଁ ସଭାପତିମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଉଲ୍ଲେଖଯୋଗ୍ୟ, ଏହି ଆଲୋଚନା ସମୟରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କୋଲ୍ ଇଣ୍ଡିଆ ଏବଂ ପେଟ୍ରୋଲିୟମ କମ୍ପାନୀର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

eight − 1 =