ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି

ଭୁବନେଶ୍ବର()   କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନାକୁ ହରେଇବାକୁ ହେଲେ ସମ୍ପୂର୍ଣ୍ଣ ସରକାର ଓ ସମାଜ ସମନ୍ୱୟ ହେବାକୁ ପଡ଼ିବ । ଏହାସହ ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି । ଓଡ଼ିଶା ଫେରିବାକୁ ହେଲେ ସର୍ବପ୍ରଥମେ ସେମାନଙ୍କୁ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ଗତକାଲିଠାରୁ ଏହି ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଦୁଇଟି ଜିନିଷ ନିହାତି ଆବଶ୍ୟକ ରହିଛି । ଆଧାରକାର୍ଡ଼ ନମ୍ବର ଓ ମୋବାଇଲ ନମ୍ବର ପଞ୍ଜିକରଣ ପାଇଁ ଆବଶ୍ୟକ । ପୋର୍ଟାଲରେ ଆପଣ ନିଜେ ପଞ୍ଜିକରଣ କରିପାରିବେ । ନଚେତ ଜଣେ ସମ୍ପର୍କୀୟ ମଧ୍ୟ ପଞ୍ଜିକରଣ କରିପାରିବେ । ଏତତବ୍ୟତୀତ ନିଯୁକ୍ତି ଦିଆଯାଇଥିବା ନୋଡ଼ାଲ ଅଫିସର ମଧ୍ୟ ପଞ୍ଜୀକରଣ କରିପାରିବେ ।
ଏହାସହ ବିଶ୍ୱରେ ବ୍ୟାପିସାରିଛି କରୋନା । ଦେଶରେ ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୨୦୫୯୯ନମୁନା ପରୀକ୍ଷାର ରିପୋର୍ଟ ମିଳିସାରିଛି । ସେଥି ମଧ୍ୟରେ ୯୪ଜଣଙ୍କର ରିପୋର୍ଟ ପଜିଟିଭ୍ ରହିଛି । ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ରେ ରହିଛି ।

Share

Leave a Reply

Your email address will not be published. Required fields are marked *

twenty + 20 =