‘ଟିଣ୍ଡର’ ଆପ ଘଟଣା,ବ୍ୟାଙ୍କ ମ୍ୟାନେଜର ସହ ୫ ଗିରଫ

ଭୁବନେଶ୍ୱର()  ଭୁବନେଶ୍ୱରରେ ‘ଟିଣ୍ଡର’ ଆପକୁ ନେଇ ବ୍ଲାକମେଲିଂ ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଘଟଣାରେ ଅଭିଯୁକ୍ତ ଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ଅନ୍ୟପଟେ ଅପହରଣ, ଠକେଇ, ଚୋରି ଓ ହତ୍ୟା ଧମକ ଅଭିଯୋଗରେ ଯୁବତୀ ସମେତ ତାଙ୍କର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଯୁବତୀଙ୍କ ନାଁରେ ଅପହରଣ ଏବଂ ବ୍ଲାକମେଲ୍ କରିଥିବା ନେଇ ଅଭିଯୋଗ ପରେ ଯୁବକଙ୍କ ନାଁରେ ପାଲଟା ଅଭିଯୋଗ ଆଣିଥିଲେ ଯୁବତୀ ଜଣକ । ତାଙ୍କୁ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଏହାପରେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ କରାଯାଇ ୫ଜଣଙ୍କୁ ଗିରଫ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଘରୋଇ ବ୍ୟାଙ୍କ ଡିଜିଏମ ଓ ଘରୋଇ କଲେଜର ଜଣେ ଅଧ୍ୟାପିକାଙ୍କ ମଧ୍ୟରେ ସୋସିଆଲ ‘ଟିଣ୍ଡର’ ଡେଟିଂ ଆପରୁ ପ୍ରେମ ହୋଇଥିଲା । ଏହାପରେ ଦୁହେଁ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ଡିଜିଏମ ସମ୍ପୃକ୍ତ ଅଧ୍ୟାପିକାଙ୍କୁ ବ୍ଲାକମେଲିଂ କରୁଥିବା ଅଧ୍ୟାପିକା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ଡିଜିଏମ ତାଙ୍କୁ ଦୁଷ୍କର୍ମ କରି ବ୍ଲାକମେଲ କରୁଥିବା ଅଧ୍ୟାପିକାଜଣକ ଅଭିଯୋଗ କରିଥିଲେ । ବ୍ଲାକମେଲିଂ କରି ସମ୍ପୃକ୍ତ ଡିଜିଏମ ତାଙ୍କୁ ୫ଲକ୍ଷ ଟଙ୍କା ମାଗୁଥିବା ଅଧ୍ୟାପିକାଜଣକ କହିଥିଲେ । ଉଭୟପକ୍ଷଙ୍କୁ ଥାନାରେ ଅଟକ ରଖି ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ କରିଥିଲା ।

Share

Leave a Reply

Your email address will not be published. Required fields are marked *

fourteen + 4 =