ବିଜୁବାବୁଙ୍କ ଜୀବନୀକୁ ନେଇ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର()  ବିଜୁ ପଟ୍ଟନାୟଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି କମିକ୍ସ ବୁକ୍ ଡେୟାର ଡେଭିଲ୍ ଡେମୋକ୍ରାଟ୍ । କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ହୋଟେଲ ମେ ଫେୟାରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ ।

ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିଥିଲେ । ୧୦୪ ତମ ଜନ୍ମ ଦିନରେ ତାଙ୍କ ସ୍ମୃତିକୁ ସ୍ନେହରେ ସମସ୍ତେ ମନେ ରଖୁଛନ୍ତି । ଡେୟାର ଡେଭିଲ ବହି ପାଇଁ ମୁଁ ବହୁତ ଖୁସି । ଇଣ୍ଡୋନେସିଆ ସ୍ୱାଧୀନତାରେ ତାଙ୍କ ଯୋଗଦାନ, ଗରିବ କଲ୍ୟାଣ କଥା ଏବେ ମଧ୍ୟ ମନେ ରହିଛି । ସେ ଜଣେ ସଚ୍ଚା ଜାତୀୟତାବାଦୀ ନେତା । କାଶ୍ମୀର ମିଶନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ବହି ବିଜୁ ବାବୁଙ୍କ ଜନ୍ମଭୂମି ପ୍ରତି ସେବା ମନୋଭାବକୁ ପିଲାଙ୍କ ପାଖରେ ପହଞ୍ଚାଇବ ।

ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଏହି ଅବସରରେ ସ୍ୱର୍ଗୀୟ ବିଜୁ ପଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ୧୯୯୦ ଦଶକରେ ବିଜୁ ପଟ୍ଟନାୟକ ତାଙ୍କୁ ୨୧ ଦିନ ଜେଲ ପଠାଇ ଫ୍ରି ପବ୍ଲିସିଟି ଦେଇଥିଲେ ବୋଲି ସିଂଦେଓ କହିଥିଲେ । ଏହାସହ ତାଙ୍କ ଜେଜେବାପାଙ୍କ ମରଶରୀରକୁ ଟ୍ରକରେ ବଲାଙ୍ଗିର ପର୍ଯ୍ୟନ୍ତ ବିଜୁ ବାବୁ ନେଇକରି ଯାଇଥିଲେ ବୋଲି ସିଂଦେଓ କହିଥିଲେ ।

କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏହି ଅବସରରେ ଯୋଗ ଦେଇ ବିଜୁ ବାବୁ ଡେମୋକ୍ରାଟ୍ ଓ ଡେୟାର ଡେଭିଲ ଥିଲେ ବୋଲି କହିଥିଲେ । କୌଣସି ଲୋକ ବିରୋଧାଚରଣ କଲେ ମଧ୍ୟ ସେ ଶତ୍ରୁତା ଆଚରଣ କରୁନଥିଲେ । ଏବେ ରାଜନୀତିରେ ସହିଷ୍ଣୁତା ଶବ୍ଦ ହଜିବାକୁ ଲାଗିଲାଣି । ବିଜୁ ବାବୁ ସହିଷ୍ଣୁ ଥିଲେ ଓ ଡେୟାର ଡେଭିଲ ମଧ୍ୟ ଥିଲେ । ୧୯୬୨ରେ ଓଡ଼ିଶାର ପରିଚୟ ଥିଲା ଜଗନ୍ନାଥଙ୍କ ଦେଶ କିମ୍ବା ବିଜୁ ବାବୁଙ୍କ ରାଜ୍ୟ ।

ଶ୍ରୀ ମିଶ୍ର କହିଥିଲେ ଯେ, ବିଜୁ ବାବୁ ମୋ ରାଜନୈତିକ ଜୀବନର ଟର୍ଣ୍ଣିଂପଏଣ୍ଟ୍ ଥିଲେ । ୧୯୨ରେ ପ୍ରଥମ ଦେଖା ବେଳେ ମୁଁ ଛାତ୍ର ଥିଲି । ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲୁ । ମୋ ବଡ଼ ବାପାଙ୍କୁ ସେ ମୋ ବିଷୟରେ ପଚାରିଥିଲେ। ସେ ମୋତେ ଦେଖାକରିବାକୁ ଡକାଇଥିଲେ । କିନ୍ତୁ ମୁଁ ମନା କରିଥିଲି । ତେବେ, ବଡ଼ ବାପା ମୋତେ ତାଙ୍କ ପାଖକୁ ନେଇକି ଯାଇଥିଲେ । ବିଜୁ ବାବୁ ମୋତେ ଗାଡ଼ିରେ ବସିବାକୁ କହିଲେ । ମୁଁ ମନା କରି ଦେଇଥିଲି । ଆଉ ଥରେ ବିଜୁ ବାବୁଙ୍କୁ ପଥର ମାଡ଼ ହୋଇଥିଲା । ତାଙ୍କୁ ସୁରକ୍ଷା ଦେବାକୁ ବଡ଼ବାପା ଥିଲେ । ହେଲେ ତାଙ୍କୁ ହଟାଇ ନିଜେ ମାଡ଼ ଖାଇଲେ । ରକ୍ତାକ୍ତ ହେଲେ କିନ୍ତୁ, କୌଣସି ପୋଲିସ କେସ ହୋଇନଥିଲା । ଏପରି ବ୍ୟକ୍ତିତ୍ୱ ଥିଲେ ବିଜୁ । ପରେ ଓକିଲ ଭାବେ କଟକ ଆସିଥିଲି । ଖବର ପାଇ ବିଜୁ ଡକାଇଲେ ଅଫିସ । ଯାହା ବିରୋଧୀ ଦଳ ନେତାଙ୍କ ଘର ଥିଲା । ବିଜୁ ମୋତେ ନିର୍ବାଚନ ଲଢ଼ିବାକୁ କହିଲେ । ମୁଁ କହିଲି ଆପଣ ଜନତା ଦଳ, ମୁଁ ବାମ ପନ୍ଥୀ। ନିର୍ବାଚନ ଲଢ଼ିବାକୁ ମୋର ଇଚ୍ଛା ନାହିଁ । CPI ନେତା ଲୋକନାଥ ଚୌଧୁରୀଙ୍କ ସହ ବିଜୁବାବୁ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ଦଳରୁ ଇସ୍ତଫା ନ ଦେଇ ବି ଇଚ୍ଛା ବିରୋଧରେ ଜନତା ଦଳ ଟିକେଟରେ ଲଢିଲି, ଜିତିଲି ଓ କ୍ୟାବିନେଟ ମନ୍ତ୍ରୀ ହେଲି ।

Share

Leave a Reply

Your email address will not be published. Required fields are marked *

four × four =