ଗରମକୁ ଡରୁଛି କି କରୋନା ?

ଭୁବନେଶ୍ୱର()  ସାରା ବିଶ୍ୱରେ କରୋନାକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ଏହା ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖାଯିବା ପରେ ବଢ଼ିଯାଇଛି ଚିନ୍ତା।  ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ ହୋଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣ ସଫଳତାର ସହ ଚିକିତ୍ସିତ ହୋଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ କୋଭିଡ-୧୯ ବ୍ୟାପିବାର କୌଣସି ସଠିକ୍ ତଥ୍ୟ ମିଳିନାହିଁ । ଏହାକୁ ଏଡାଇବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଓ ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି । କାରଣ ପରସ୍ପର ସହିତ ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ବହୁତ ଶୀଘ୍ର ବ୍ୟାପିଥାଏ ।

କୁହାଯାଉଛି ଯେ, ଗ୍ରୀଷ୍ମ ଋତୁ ଆସିଲେ କରୋନା ଜୀବାଣୁ ସମାପ୍ତ ହୋଇଯିବ । କାରଣ ଉଚ୍ଚ ତାପମାତ୍ରାରେ ଜୀବାଣୁମାନେ ଦୁର୍ବଳ ହୋଇଯାଆନ୍ତି । ରିପୋର୍ଟ ଅନୁଯାୟୀ, କରୋନା ଜୀବାଣୁ ୫ ଦିନ ପର୍ୟ୍ୟନ୍ତ ୨୨ରୁ୨୫ ଡିଗ୍ରୀ ତାପମାତ୍ରାରେ ୪୦-୫୦% ଆର୍ଦ୍ରତା ସହ ଟେବୁଲ, କବାଟ ହ୍ୟାଣ୍ଡେଲ , ଫୋନ୍ ଓ କୀବୋର୍ଡରେ ରହିପାରିବେ । ଏଭଳି ପରିସ୍ଥିତି ଏସି ଚାଲୁଥିବା ଘରେ ମଧ୍ୟ ହୋଇପାରେ ।

ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ଜଣେ ବୈଜ୍ଞାନିକଙ୍କ କହିବା ମୁତାବକ, ୩୮ ଡିଗ୍ରୀ ସେଲସିୟସ୍ ଓ ୯୫ ପ୍ରତିଶତ ଆର୍ଦ୍ରତା ମଧ୍ୟରେ କରୋନା ଜୀବାଣୁର କ୍ଷମତା ହ୍ରାସ ପାଇବାରେ ଲାଗିଥାଏ । ଘର ଭିତରେ ବନ୍ଦ ତାପମାତ୍ରାରେ ଏହି ଜୀବାଣୁ ହେବାର ଅଧିକ ଆଶଙ୍କା ରହିଛି ।

ତେବେ କାରୋନା ଭାଇରସ୍ କମ୍ ତାପମାତ୍ରା ଥିବା ଜାଗାରେ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ମାଲେସିଆ , ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଭଳି ଗରମ ଦେଶରେ ବର୍ତ୍ତମାନ ସୁଦ୍ଧା କମ୍ ମାମଲା ସାମ୍ନାକୁ ଆସିଛି ।

 

Share

Leave a Reply

Your email address will not be published. Required fields are marked *

1 × four =