ପରିଚୟ ଖୋଜୁଛନ୍ତି ଦାମ, କଣ କହିଲେ ପଢନ୍ତୁ …

ଭୁବନେଶ୍ୱର() ୭ଥର ବିଧାୟକ, ୨୨ବର୍ଷ ଧରି ମନ୍ତ୍ରୀ ହୋଇ ମୁଁ ରହିଲି । ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ କାମ କଲି , ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାମ କଲି । ଅ୍ଧମ ରାଜନୀତି କରିବାକୁ ମୋର ଇଚ୍ଛା ନାହିଁ । କି କୌଣସି ପଦବୀରେ ରହିବାକୁ ବି ମୋ ଇଚ୍ଛା ନାହିଁ । ଇଚ୍ଛା କେବଳ ମୋ ପରିଚୟ କିପରି ଫେରିବ । ଏହା ହିଁ ମୋ ମନର କଥା । ବିଜୁ ଜୟନ୍ତି ଓ ନବୀନ ଶାସନର ୨୦ବର୍ଷ ପୂର୍ତ୍ତି ଅବସରରେ ଏପରି କହିଛନ୍ତି ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ । ୨୦୧୯ ସାଦାରଣ ନିର୍ବାଚନ ପୂର୍ବରୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ମନ୍ତ୍ରୀ ଦାମୋଦର ରାଉତ । ଏହାପରେ ସେ ବିଜେପିରେ ସାମିଲ ହେଲେ ଓ ୨୦୧୯ ନିର୍ବାଚନ ବିଜେପି ଟକେଟରୁ ନିର୍ବାଚନ ଲଢିଲେ । ହେଲେ ବିଜେପି ନିର୍ବାଚନ ପରେ ତାଙ୍କୁ କଣଠେସା କରିବାକୁ ସେହି ପଦରୁ ଇସ୍ତଫା ଦେଲେ । ଏବେ ଦାମରାଉତ କେଉଁ ଦଳରେ ନାହାନ୍ତି । ବିଜେଡ଼ିକୁ ଫେରିବା ପାଇଁ ବ୍ୟାକୁଳ ହେଲେଣୀ । ନିଜଭୂଲ ସେ ବୁଛିପାରିଛନ୍ତି । ଯେଉଁଥି ପାଇଁ ସେ ବିଜେଡ଼ିକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ପାରଦୀପ ବିଧାୟକ ଅଛନ୍ତି ଦାମଙ୍କ ପୁଅ ସମ୍ବୀତ ରାଉତ ।

ବିଜୁ ଜୟନ୍ତିରେ ଦାମବାବୁ ବିଜେଡ଼ିକୁ ଫେରିଲେ ନିଜର ପରିଚୟ ସେ ପାଇବେ ବୋଲି କହିଛନ୍ତି । ଦାମଙ୍କ କହିବା କଥା ହେଉଛି ବିଜେଡ଼ି ବିନା ମୋର ପରିଚୟ ନାହିଁ । ତେଣୁ ଶେଷ ସମୟରେ ମୋ ଉପରେ ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ଖୁସି ହେବି ଓ ଯେଉଁ ପରିଚୟ ମୋର ଚାଲିଯାଇଛି ତାହା ବି ଫେରିପାଇବ । ଅର୍ଥାତ ବିଜେଡ଼ି ବିନା ମୋର କିଛି ପରିଚୟ ନାହିଁ ବୋଲି ଦାମ କହିଛନ୍ତି । ୪୫ବର୍ଷ ଧରି ପ୍ରତ୍ୟେକ୍ଷ ଭାବେ ରାଜନୀତିରେ ରହି ଦାମବାବୁ ବିଜେଡ଼ି ଯେ ଏବେ ନେତାଙ୍କ ମୁଖ୍ୟ ପରିଚୟ ଓ ନବୀନ ଯେ ଓଡ଼ିଶା ଲୋକଙ୍କ ହୃଦୟର ରଙ୍କକ୍ସକ୍ଟ ତାହା ଜାଣିପାରିଛନ୍ତି । ଖାସ ସେଥିପାଇଁ ସେ ଜୀବନର ଶେଷ ସମୟରେ ବିଜେଡ଼ିରେ ସାମିଲ ହେବାକୁ ଚାହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

four − four =