ଏମାର ମଠ ମନ୍ଦିର ଓ ମହନ୍ତଙ୍କ କୋଠରୀକୁ ବାଦ ଦେଇ ହେବ ଉଛେଦ

ପୁରୀ () ଏମାର ମଠ ମହନ୍ତଙ୍କ ଜିଦ ଯୋଗୁ ପ୍ରଭାବିତ ହୋଇଛି ଉଛେଦ କାର୍ଯ୍ୟ । ଦୁଇଦିନ ଧରି ଚାଲିଥିବା ବାଦବିବାଦର ଅନ୍ତ ଘଟାଇ ଶେଷରେ ଜିଲ୍ଲା ପ୍ରଶାସନ ଏମାର ମଠ ମଧ୍ୟରେ ଥିବା ମନ୍ଦିର ଓ ମହନ୍ତ ଧ୍ୟାନରେ ବସିଥିବା କୋଠରୀକୁ ଛାଡି ଅନ୍ୟସବୁ ଭଂଗାଯିବ । ତେବେ ଦୁଇଦିନ ଛୁଟି ଥିବାରୁ ଉଛେଦ କାମ ବନ୍ଦ କରାଯାଇଛି ।

ଏମାର ମଠର ମୁଖ୍ୟ ମନ୍ଦିର ବା ଗାଦିକୁ ଛାଡି ଅନ୍ୟ ସମସ୍ତ ଉଚ୍ଛେଦ ସାରିବାକୁ ପ୍ରଶାସନ ଯୋଜନା ରଖିଛି । ସେପଟେ ଗତକାଲି ୨୦ଟି ଦୋକାନ ଭଂଗା ଯିବାକୁ ମଧ୍ୟ ଯୋଜନା ରହିଛି । ବଣିଆ ପଟିରୁ ୧୦ରୁ ଅଧିକ ଗହଣା ଦୋକାନକୁ ଉଚ୍ଛେଦ କରାଯିବ । ସେପଟେ ଉଚ୍ଛେଦକୁ ନଜରରେ ରଖି ସେସୁ ପକ୍ଷର ବିଜୁଳି କାଟ୍ କରାଯାଇଛି । କାକୁଡି ଖାଇ ଛକରୁ ଦୋଳମଣ୍ଡପ ସାହି ଯାଏଁ ରାସ୍ତାକୁ ସିଲ୍ କରାଯାଇଛି । ସୁରକ୍ଷାରେ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

ଚୁଟିପରେ ପୁଣି ଥରେ ଉଛେଦ କାର୍ଯ୍ୟ ଆରମ୍ଭ ହେବ । ଏମାର ମଠ ପରେ ବଡ଼ ଆଖଡା ମଠ ଭଂଗାଯିବ । ଏଥିସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏକ ମଠ ଭଙ୍ଗାଯିବାକୁ ଯୋଜନା କରାଯାଇଛି ।

 

Share

Leave a Reply

Your email address will not be published. Required fields are marked *

19 + 14 =