ତପୁଙ୍କ ଚିକିତ୍ସା ଲାଗି ସହଯୋଗ ଲୋଡିଲେ ପରିବାର

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ରାଜ୍ୟ କଳାକାର କଲ୍ୟାଣ ପାଣ୍ଠି ପକ୍ଷରୁ ଏହି ସହାୟତା ରାଶି ଯୋଗାଇ ଦିଆଯାଇଛି। ତପୁ କରୋନାରୁ ସୁସ୍ଥ ହେବା ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କଲକାତା କିମ୍ବା ଚେନ୍ନଇ ନେବାକୁ ଯୋଜନା କରାଯାଉଥିବା ବେଳେ ବାଧକ ସାଜିଛି ଅର୍ଥ। ଏନେଇ ପରିବାର ଓ ସାଥୀ କଣ୍ଠଶିଳ୍ପୀ ରାଜ୍ୟ ସଂସ୍କୃତି ବିଭାଗ ଏବଂ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

three × 2 =